ନୂଆ ରୂପ ନେଇ ପୁଣି ଗଡିବ ଆମ୍ବାସାଡର

3-2

ନୂଆଦିଲ୍ଲୀ: ଦିନ ଥିଲା ଭାରତର ପସନ୍ଦିଦା କାର୍‌ଗୁଡିକ ମଧ୍ୟରେ ପ୍ରମୁଖ ଥିଲା ଆମ୍ବାସାଡର। ଦିଲ୍ଲୀଠାରୁ ପଲ୍ଲୀଯାଏଁ ଏହା ଦଉଡୁଥିଲା ମାଇଲା ମାଇଲ। ନେତା, ମନ୍ତ୍ରୀ, ବଡବଡିଆଙ୍କ ପ୍ରଥମ ପସନ୍ଦ ଥିଲା ଏହି କାର୍‌। ହେଲେ ଅନ୍ୟ ସୌକିନ୍‌ କାର୍‌ ବଜାରକୁ ଆସିବା ପରେ ଧିରେ ଧିରେ ଆମ୍ବାସାଡର କାର ତା ମୌଳିକତା ହରାଇବାକୁ ବସିଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ଏହାର ଉତ୍ପାଦନ ଉପରେ ରୋକ୍‌ ଲଗାଇଲା କମ୍ପାନୀ।

ହେଲେ ହୀନ୍ଦୁସ୍ତାନ ମୋଟର୍ସ ପକ୍ଷରୁ ପୁଣି ଥରେ ଏହି କାର  ବଜାରକୁ ଆସିବାକୁ ପ୍ରସ୍ତୁତ ହେଉଛି। ଆଉ ଅଳ୍ପ କେତୋଟି ଦିନ ପରେ ଆମ୍ବାସାଡର କାର୍‌ ନୂଆ ରୂପରେ ବଜାରକୁ ଅସିବ। ଫ୍ରାନ୍ସର ଅଟୋ ମୋବାଇଲ କମ୍ପାନୀ ପିଏସ୍‌ଏ ଗ୍ରୁପ୍‌ ଏହି କାରରୁ ନୂଆ ରୂପ ଦେଇ ଭାରତ ବଜାରକୁ ଛାଡିବାକୁ ପ୍ରସ୍ତୁତି ହେଉଛି। ଏହି ସଂସ୍ଥା ହାତରେ ପୂଜା, ସିନ୍ଥାଏନ୍‌, ଡିଏସ୍‌ ଭଳି ମଡେଲଗୁଡିକ ରହିଥିବା ବେଳେ ଆମ୍ବାସାଡରକୁ ନବୀକରଣ କରି ବଜାରକୁ ପ୍ରେବେଶ କରିବାକୁ ସଂସ୍ଥା ଅଣ୍ଟା ଭିଡିଛି। ଗତ ଫେବୃୟାରୀ ମାସରେ ଏହି ସଂସ୍ଥା ୮୦ କୋଟି ଟଙ୍କାରେ ଆମ୍ବାସାଡରକୁ କିଣିଛି।

Previous ArticleNext Article

Send this to a friend