ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା

Donald-Trump

ନୂଆଦିଲ୍ଲୀ: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା। ସିରିୟା ରାଜଧାନୀ ଡାମାସକସରେ ଆକାଶରୁ ମିଜାଇଲ ମାଡ କରିଛି। ଆମେରିକାର ଯୁଦ୍ଧ ବିମାନ ଡାମାସକସରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ନିକଟରେ ସିରିଆରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି। ଆମେରିକା ସିରିୟା ଉପରେ ଆମେରିକାର ଏହି  ଆକ୍ରମଣରେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟ ସାମିଲ ହୋଇଛନ୍ତି।  ଆକ୍ରମଣ ନେଇ ବ୍ରିଟେନ ଏବଂ ଫ୍ରାନ୍ସର ସହମତି ପରେ ଏହି ଆକ୍ରମଣ କରାଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ସିରିଆରେ ରାସାୟନିକ ଆକ୍ରମଣ ପରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ରୋକିବାରେ ବିଫଳତାର ଏହା ପ୍ରତ୍ୟକ୍ଷ ପରିଣାମ ବୋଲି କହିଛନ୍ତି ଟ୍ରମ୍ପ।

Previous ArticleNext Article

Send this to a friend