ଛୁଆ ଜନ୍ମରେ କୁକୁରର ବିଶ୍ୱ ରେକର୍ଡ

dog

ବେଙ୍ଗାଲୁରୁ: ବିଶ୍ୱରେ ଏକା ବେଳେ ଅଧିକ ପିଲା ଜନ୍ମ ଦେଉଥିବା ପ୍ରାଣୀ କିଏ ବୋଲି ପଚରା ଗଲେ ଉତ୍ତର କ’ଣ ଦେବେ ? ନିଶ୍ଚିତ କହିବେ ଘୁଷୁରୁ। କାରଣ ଘୁଷୁରୁ ଏକା ବେଳେ ୧୬ରୁ ୧୭ଟି ପିଲା ଜନ୍ମ ଦେଇଥାଏ। ଯାହା ଅନ୍ୟ କୌଣସି ପ୍ରାଣୀଙ୍କ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଅସମ୍ଭବ ଥିଲା। ହେଲେ ଘୁଷୁରୁକୁ ପଛରେ ପକାଇ ଭାରତର ଏକ କୁକୁର ଛୁଆ ଜନ୍ମ ଦେବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏବେ ଆପଣଙ୍କର ବି ଇଚ୍ଛା ହେଉଥିବ ଏହି କୁକୁର ବିଷୟରେ ଜାଣିବାକୁ। ତେବେ ଆସନ୍ତୁ ଜାଣିବା ଏହି ରେକର୍ଡଧାରୀ କୁକୁର କେଉଁଠିକାର ଓ କେତୋଟି ଛୁଆ ଜନ୍ମ ଦେଇ ଏବେ ଚର୍ଚ୍ଚାରେ ରହିଛି।

ବେଙ୍ଗାଲୁରୁରେ ରହୁଥିବା ସତିଶ ଏସ୍‌ଙ୍କ କୁକୁର ଏହି କାରନାମା କରି ଦେଖାଇଛି। କୁକୁରର ନାଁ ଇଭା। ସେ ଗୋଟେ ନୁହେଁ କି ଦୁଇଟି ଦୁହେଁ ଏକାବେଳେ ୨୧ଟି ଛୁଆ ଜନ୍ମ ଦେଇ ଏହି ରେକର୍ଡ କରିଛି। ସତିଶ American Pitbull Terrier ପ୍ରଜାତିର ଇଭା ସମେତ ଦୁଇଟି କୁକୁର ଅଷ୍ଟ୍ରେଲିଆରୁ କିଣି ଥିଲେ। ଇଭା ପାଇଁ ତାଙ୍କୁ ୧୦ ଲକ୍ଷ ୫୦ ହଜାର ଦେବାକୁ ପଡିଥିବା ବେଳେ ଅନ୍ୟ କୁକୁରଟି ପାଇଁ ୨୫ ଲକ୍ଷର ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପଡ଼ିଥିଲା।

ବର୍ତ୍ତମାନ ସୁଦ୍ଧା ଏହି ପ୍ରଜାତିର କୁକୁର ୧୨ରୁ ୧୩ଟି ଛୁଆ ଦେଉଥିଲେ। ହେଲେ ଇଭା ୩୬ ଘଣ୍ଟାରେ ୨୧ଟି ଛୁଆ ଦେଇ ସବୁ ରେକର୍ଡ ଭାଙ୍ଗି ଦେଇଛି। ଜୁନ ୧୫ ତାରିଖରେ ସତିଶଙ୍କ ଘରେ ହିଁ ଇଭା ଏହି ଛୁଆଙ୍କୁ ପିଲା ଜନ୍ମ ଦେଇଥିଲା। ଛୁଆମାନେ ଜନ୍ମ ହେବାର କିଛି ସମୟ ମଧ୍ୟରେ ୪ଟି ମରି ଯାଇଥିଲେ। ଏବେ ବାକି ୧୭ଟି ଛୁଆ ସୁସ୍ଥ ଥିବା ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଛୁଆଙ୍କ ଦାମ୍‌ ଆକାଶ ଛୁଆଁ

ଜନ୍ମ ହୋଇଥିବା ଛୁଆଙ୍କୁ କିଣିବାକୁ ଏବେ ଲମ୍ବା ଲାଇନ୍‌ ଲାଗିଛି। କାରଣ ଏହି ପ୍ରଜାତିର କୁକୁର ବିଦେଶରୁ ଆମଦାନୀ କରିବା ବହୁତ କଷ୍ଟ। ଭାରତରେ ଏହି ଛୁଆଙ୍କ ଦାମ ମଧ୍ୟ କିଛି କମ ନୁହେଁ। ଇବା ଜନ୍ମ ଦେଇଥିବା ଛୁଆଙ୍କ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ରଖାଯାଇଛି।

Previous ArticleNext Article

Send this to a friend