ନୂଆ ଦଳ ଗଠନ କଲେ ଦିନାକରନ୍

ନୂଆଦିଲ୍ଲୀ: ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ଟିଟିଭି ଦିନାକରନ୍ ନୂଆ ଦଳ ଗଠନ କରିଛନ୍ତି। ନୂଆ ଦଳର ନାଁ ରହିଛି ମ୍ମା ମକ୍ଳଲ ମୁନେତ୍ରା କଜଗମ୍। ତାମିଲନାଡୁର ମେଲୁର ସହରରେ ଏହି ନୂଆ ଦଳର ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

AMMK  ମେଲୁର ସହରରେ ଆଜି ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକ ଉପସ୍ଥିତ ରହି ନୂଆ ଦଳକୁ ସ୍ୱାଗତ କରିଥିଲେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଜୟଲଳିତା ଏମଜିଆର, ଭି.କେ. ଶଶିକଳାଙ୍କ ପୋଷ୍ଟର ମରାଯାଇଥିଲା।  ଦିନାକରନ ଏବେ ଆର.କେ.ନଗର ବିଧାନସଭା ଅସନର ବିଧାୟକ ଅଛନ୍ତି। ପୂର୍ବରୁ ଏଆଇଏଡିଏମକେ ପକ୍ଷରୁ  ଦିନାକରନ ଓ ତାଙ୍କର ୧୮ଜଣ ସହଯୋଗୀ ବିଧାୟକଙ୍କୁ ବହିଷ୍କୃତ କରାଯାଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିଥାଙ୍କ ଦୃଢ଼ ସମର୍ଥକଭାବେ ଜଣାଶୁଣା ଭି.କେ.ଶଶିକଳାଙ୍କ ପୁତୁରା ହେଉଛନ୍ତି ଦିନାକରନ୍।

 

 

Previous ArticleNext Article

Send this to a friend