ପୁଅକୁ ଗିରଫ କରିବାକୁ ଆସିଥିଲେ: ମାଆ ଯାହା କଲେ ପୋଲିସର ହୋସ୍‌ ଉଡ଼ିଗଲା

ଅମୃତସର: ପୁଅକୁ ଗିରଫ କରିବାରୁ ପହଞ୍ଚିଥିଲା ପୋଲିସ। କିନ୍ତୁ ପୁଅର ମାଆ ଯାହା କଲେ ତାକୁ ଦେଖି ସମସ୍ତେ ଆଶ୍ଟର୍ଯ୍ୟ ହୋଇଗଲେ। ମହିଳା ଜଣଙ୍କ ଆତ୍ମହତ୍ୟା କରିଦେଲେ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ପଞ୍ଜାବର ଗାଜିବାଲ ଗାଁରେ।

ସୂଚନା ଅନୁଯାୟୀ, ଅମୃତସରର ଗାଜିବାଲ ଗାଁର ଯୋଧବୀର ହଂସ ନାମକ ଜଣେ ଯୁବକଙ୍କୁ ଲୁଟ୍‌ ଅଭିଯୋଗରେ ଗିରଫ କରିବାକୁ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା। ଗାଁରେ ପହଞ୍ଚିବା ପରେ ଯୋଧବୀରଙ୍କୁ ନପାଇବାରୁ ପୋଲିସ ତାଙ୍କ ସ୍ତ୍ରୀ ଜସ୍‌ ଏବଂ ୫ବର୍ଷର ପୁଅ ଅଭିନୂର୍‌ଙ୍କୁ ଗିରଫ କରିବାକୁ ବାହାରିଲା। ଏକଥାକୁ ଯୋଧବୀରଙ୍କ ମାଆ ଚରଣଜିତ୍‌ କୌର ବିରୋଧ କଲେ ଏବଂ ପୋଲିସ କବଳରୁ ତାଙ୍କ ବୋହୂଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ। ଭିଡ଼ାଘୋଷରା ଚାଲିଲା। ପୋଲିସ ବୋହୂ ଓ ନାତିକୁ ନଛାଡିବାରୁ ଚରଣଜିତ୍‌ ପୋଲିସ ଆଗରେ ବିଷ ପିଇ ଆତ୍ମହତ୍ୟା କରିଦେଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପୋଲିସର ବ୍ୟବହାରରେ ହତାଶ ହୋଇ ଚରଣଜିତ୍‌ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ।

ତେବେ ବିଷ ପିଇବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୋଲିସ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Previous ArticleNext Article

Send this to a friend