ଲାଇଭ୍‌ ଶୋ’ରେ ହଙ୍ଗାମା: ନେତାଙ୍କୁ ଆଉଟ୍‌ କଲେ ଆଙ୍କର

rahul_kanwal_india_today

ନୂଆଦିଲ୍ଲୀ: ମିରଟରେ ପୋଲିସ ଓ ହିନ୍ଦୁ ଯୁବ ବାହିନୀ ଘରେ ପଶି ପ୍ରେମୀ ଯୁଗଳଙ୍କୁ ଅପମାନିତ କରିବା ଘଟଣା ଦେଶବାସୀଙ୍କ ମନରୁ ଯାଇନାହିଁ। ଏହାକୁ ନେଇ ଆଉ ଏକ ବିବାଦୀୟ ସ୍ଥିତି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଆଜ୍‌ ତକ୍‌ର ସହଯୋଗୀ ଚ୍ୟାନେଲ ଇଣ୍ଡିଆ ଟୁ ଡେରେ ଚାଲିଥିବା ଏକ ଆଲୋଚନା ସମୟରେ ହିନ୍ଦୁ ଯୁବ ବାହିନୀ ଅଧ୍ୟକ୍ଷ ନାଗେନ୍ଦ୍ର ସିଂହ ତୋମରଙ୍କୁ ଆଙ୍କର ଶୋ’ରୁ ବାହାରର ରାସ୍ତା ଦେଖାଇ ଦେଇଥିଲେ।

ଆଲୋଚନା ବେଳେ ନାଗେନ୍ଦ୍ର ସବୁ ସୀମା ପାର କରି ଯାଇଥିଲେ। ଶେଷରେ ଶୋ’କୁ ହୋଷ୍ଟ କରୁଥିବା ମ୍ୟାନେଜିଂ ଏଡିଟର ରାହୁଲ କନୱର ତାଙ୍କୁ ବାହାର କରିଦେଇଥିଲେ।

ଏହି ଆଲୋଚନାରେ ଅନ୍ୟ ରାଜନୈତିକ ଦଳର ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ଆଙ୍କର ନାଗେନ୍ଦ୍ରଙ୍କ ଯୁକ୍ତି ଶୁଣିବା ପରେ ‘ଆପଣ କିଏ ଅନ୍ୟର ଶୋଇବା ଘରକୁ ଅନାଇବାକୁ’ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଶୋ’ର ମାହୋଲ ସରଗରମ ହେବାରେ ଲାଗିଥିଲା।

Previous ArticleNext Article

Send this to a friend