ଆତଙ୍କବାଦୀ ସଂଗଠନରେ ସାମିଲ ହେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନରେ ସାମିଲ ହେଲେ ଯବାନ।   ଭାରତୀୟ ସେନାର ଜାମ୍ମୁ କାଶ୍ମୀର ଲାଇଟ ଇନଫାଣ୍ଟ୍ରିରେ କାର୍ଯ୍ୟକରୁଥିବା ଜଣେ ଯବାନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି।   ସେହି ଯବାନ ଜଣକ ହେଲେ ଇନ୍ଦ୍ରୀଶ ମିର୍  । ସେ  ଜାମ୍ମୁ କାଶ୍ମୀର ଲାଇଟ୍ ଇନ୍‌ଫ୍ରାଣ୍ଟ୍ରିର ଯବାନ ଥିଲେ ।  ସେ ମାସେ ହେଲା ସୋପିଆନରୁ ନିଖୋଜ ଥିଲେ।    କିଛି ଦିନ ପୂର୍ବରୁ ଯବାନଙ୍କ ସହ ସୋଫିଆନର ଦୁଇ ଜଣ ଯୁବକ ନିଖୋଜ ଥିଲେ।  ତିନି ଜଣ ଯାକ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ  ଦେଇଥିବା ପୋଲିସ ସ୍ପଷ୍ଟ କରିଛି ।  ତେବେ ସେନା ଏ ସଂପର୍କରେ କିଛି ସ୍ପଷ୍ଟ କରିନାହିଁ।   କିଛି ଦିନ ତଳେ ମୀରଙ୍କୁ ଝାଡ଼ଖଣ୍ଡରେ ମୁତୟନ କରାଯାଇଥିଲା  ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ପୋଲିସ କହିଛି।

Previous ArticleNext Article

Send this to a friend