ରାମ ରହିମଙ୍କ ମୁଖ୍ୟ ଆଶ୍ରମକୁ କବ୍‌ଜାକୁ ନେଲା ସେନା: ୩୬ଟି ଆଶ୍ରମ ସିଲ୍

saint-gurmeet

ଚଣ୍ଡିଗଡ଼: ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସମର୍ଥକମାନେ ଜୋରଦାର ଉତ୍ପାତ କରିଥିଲେ। ହରିଆଣା ଓ ପଞ୍ଜାବରେ ହୋଇଥିବା ହିଂସାରେ ୩୧ ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ୨୯ ଜଣ ପଞ୍ଚକୁଲା ଓ ୨ ଜଣ ସିର୍ସାର।

ରାମ ରହିମଙ୍କ ହରିଆଣାର ସିର୍ସା ସ୍ଥିତ ମୁଖ୍ୟ ଆଶ୍ରମକୁ ସେନା ନିଜ କବ୍‌ଜାକୁ ନେଇଛି। ଏଥିସହିତ ହରିଆଣାରେ ଥିବା ରାମ ରହିମଙ୍କ ୩୬ଟି ଆଶ୍ରମକୁ ସିଲ୍‌ କରି ଦିଆଯାଇଛି। ସେଥିରେ ରହିଛି କରନାଲ, ଅମ୍ବାଲା, କୌଥଲ ଓ କୁରୁକ୍ଷେତ୍ର ସ୍ଥିତ ଆଶ୍ରମ।

ହରିଆଣାର ଡିଜିପି କହିଛନ୍ତି,“ରାମ ରହିମଙ୍କ ସମର୍ଥକଙ୍କ ପାଖରୁ ରାଇଫଲ, ଲାଠି, ପେଟ୍ରୋଲ ଓ ବୋମା ଆଦି ଜବତ କରାଯାଇଛି। ସେନା ତାଙ୍କର ମୁଖ୍ୟ ଆଶ୍ରମରେ ଥିବା ଲୋକଙ୍କୁ ହଟାଇବା ଆରମ୍ଭ କରିଛି।”

ରାମ ରହିମଙ୍କ ସମ୍ପତ୍ତି ଜବତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅର୍ଥରେ ହିଂସା ଯୋଗୁଁ ହୋଇଥିବା କ୍ଷତିପୂରଣ କରିବାକୁ କୋର୍ଟ କହିଛନ୍ତି।

Previous ArticleNext Article

Send this to a friend