ପୁଣି କ୍ଷମା ମାଗିଲେ କେଜରିୱାଲ

ନୂଆଦିଲ୍ଲୀ: ମାନହାନି ମୋକଦ୍ଦମା ଓ ଅଦାଲତ ଝାମେଲାରୁ ବର୍ତ୍ତିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କ୍ଷମା ମାଗିଛନ୍ତି। ଆଜି ସେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗଡ଼କରି, ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଓ ତାଙ୍କ ପୁଅ ଅମିତ ସିବଲଙ୍କୁ କ୍ଷମା ମାଗିଛନ୍ତି।

କେଜରିୱାଲ ଗଡ଼କରିଙ୍କୁ ୧୬ମାର୍ଚ୍ଚରେ ଏକ ଚିଠି  ଲେଖିଥିଲେ। ଏଥିରେ ଉଲ୍ଲେଖ ଥିଲା- “ଆମେ ଉଭୟ ଅଲଗା ଅଲଗା ଦଳର।  ମୁଁ ତଦନ୍ତ ନ କରି  ତୁମ ବିରୋଧରେ ଅଭିଯୋଗ  ଆଣିଥିଲି। ଏଥିପାଇଁ  ଆପଣ ଦୁଃଖ ଅନୁଭବ କରିଥିବେ।  ସେଥିପାଇଁ ମୋ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ। ମୋ ମନରେ ଆପଣଙ୍କ ପ୍ରତି ସେଭଳି କିଛି ମନ୍ଦ ଭାବନା ନାହିଁ। ମୁଁ ଆପଣଙ୍କୁ କ୍ଷମା ମାଗୁଛି।”

କେଜରିୱାଲ କ୍ଷମା ମାଗିବା ପରେ ପଟିଆଲା ହାଉସ କୋର୍ଟ ମାନହାନି ମୋକଦ୍ଦମା ଉଠାଇନେବା ପାଇଁ  ନୀତିନ ଗଡ଼କରି ଓ  ଅରବିନ୍ଦ କେଜରିୱାଲଙ୍କୁ ନୋଟିସ୍ ପଠାଇଛନ୍ତି। ଏହାପୂର୍ବରୁ ପଞ୍ଜାବର ଅକାଳି ନେତା ବିକ୍ରମ ମାଝିଥାଙ୍କୁ ମଧ୍ୟ କ୍ଷମା ମାଗିଥିଲେ କେଜରିୱାଲ । ଯାହାକୁ ନେଇ ପଞ୍ଜାବର ଆପ୍ ଶାଖାରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

Previous ArticleNext Article

Send this to a friend