ଆସାମ: ବିସ୍ଫୋରଣରେ ୩ ସୁରକ୍ଷା କର୍ମୀ ନିହତ, ୪ ଗୁରୁତର

ଗୌହାଟି: ଆସାମ ତିନିସୁକିଆ ଜିଲ୍ଲା ଦିଗବୋଇର ପେଙ୍ଗେରି ଅଞ୍ଚଳରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ବିସ୍ଫୋରଣ ଘଟି ୩ ସୁରକ୍ଷା କର୍ମୀ ନିହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଅପରେସନ୍‌ ସାରି ଯବାନମାନେ ଏକ ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ଉଗ୍ରବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୩ ଜଣ ଯବାନ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ତିନିସୁକିଆରେ ଉଗ୍ରବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ  ହୋଇଥିଲା।

ଦୁଇ ଦିନ ତଳେ ତିନିସୁକିଆରେ ଅନୁରୂପ ଭାବେ ଉଗ୍ରବାଦୀମାନେ ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ଆହତ ହୋଇଥିଲେ।

Previous ArticleNext Article

Send this to a friend