ଦିନେ ଜେଲ୍‌ ଯିବେ ବୋଲି ଆଗରୁ ଜାଣିଥିଲେ କି ଆଶାରାମ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡିଶା ରିପୋର୍ଟର)-“ମୋତେ ତିହାର ଜେଲ୍‌ ଯିବାକୁ ବଡ଼ ଇଚ୍ଛା ହେଉଛି। ବାସ୍ତବରେ ସେ ପରିବେଶକୁ ମୁଁ ଅପ୍ରତ୍ୟାଶିତ ଭାବେ ପ୍ରତୀକ୍ଷା କରିଛି। କିଏ ଜାଣେ ସେ ମୁହୂର୍ତ୍ତ କେତେବେଳେ ଆସିବ, ଆଉ ମୁଁ ସେଠାକୁ ଯିବି। … କାସ୍‌ ସରକାର ଏମିତି କିଛି ଯୋଜନା କରନ୍ତେ କି, ମୁଁ ତିହାର ଜେଲ୍‌ରେ କିଛି ଦିନ ରହିବାର ସୁଯୋଗ ପାଆନ୍ତି ।”

ଏମିତି କିଛି ଥିଲା ବାପୁଙ୍କ କଥା। ସେଦିନ ଧଳା ବସ୍ତ୍ର ପିନ୍ଧି ନିଜ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେଲା ବେଳେ ସେ କହିଥିଲେ ଏହି କେଇପଦ କଥା। ଯାହା ଆଜି ସତ୍ୟରେ ପରିଣତ ହୋଇଛି। ତିହାର ଭଳି ବଡ ଜେଲ ବୋଧହୁଏ ତାଙ୍କ ଭାଗ୍ୟରେ ନ ଥିଲା ସେଥିପାଇଁ ଆଜି ସେ ଯୋଧପୁର ଜେଲରେ।

ସାଧୁର ଖୋଳପା ଭିତରେ ରହି ନାରକୀୟ କାଣ୍ଡ ଘଟାଉଥିବା ଏହି ତଥାକଥିତ ସ୍ୱଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଏକଦା ନିଜ ହେଲିକାପ୍ଟରରେ ବୁଲୁଥିବା ବେଳେ ତିହାର ଜେଲ ଉପର ଦେଇ ଯାଉଥିଲେ। ଜେଲର ପରିବେଶ ଚାରିପଟୁ ପାଚେରି ଦ୍ୱାରା ଆବଦ୍ଧ ଥିବା ବେଳେ ଉପରୁ ଖୋଲା ଦିଶୁଥିଲା। ଯାହାକୁ ଦେଖି ନିଜ ପାଇଲଟ୍‌ଙ୍କୁ ଜେଲ ଉପର ଦେଇ ଯିବାପାଇଁ ସେ କହିଥିଲେ।

ସେ ଦିନ ପ୍ରବଚନରେ ଏ ସବୁ କଥା କହିଥିବା ବାପୁଙ୍କ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ଠୋ ଠୋ ହସୁଛନ୍ତି। ଆଉ କହୁଛନ୍ତି, ସତରେ ବାବା ଜଣେ ଦିବ୍ୟ ପୁରୁଷ। ଯିଏ ନିଜ ଭବିଷ୍ୟତ ଦେଖି ପାରିଥିଲେ। ଧନ୍ୟ ଆଶାରାମ…।

Previous ArticleNext Article

Send this to a friend