ଦୁଷ୍କର୍ମ ମାମଲାରେ କୋର୍ଟରେ ହାଜର ହେବେ ଆଶାରାମଙ୍କ ପୁଅ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ପରେ ଏବେ ତାଙ୍କ ପୁଅ ନାରାୟଣ ସାଇଙ୍କ ପାଳି । ସୁରତରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ  ମାମଲାରେ ଆଜି ନାରାୟଣଙ୍କୁ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ପୂର୍ବରୁ ବୁଧବାର ହିଁ ଆଶାରାମ ବାପୁ ସହ ପୁଅ ନାରାୟଣ ସାଇକୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବୁଧବାର ବଦଳରେ ଆଜି ହାଜର କରିବା ପାଇଁ ନିବେଦନ କରିଥିଲା । କୋର୍ଟ ପୋଲିସର ଆବେଦନକୁ ସ୍ୱୀକାର କରିଥିବାରୁ ଆଜି ନାରାୟଣଙ୍କୁ କୋର୍ଟରେ ହାଜର କରାଯିବ ।

ସୁରତର ଲାଜପୋର ଜେଲରେ ବର୍ତ୍ତମାନ ନାରାୟଣ ସାଇ ଅଛନ୍ତି। ସୁରତର ଦୁଇ ଭଉଣୀ ଆଶାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ।  ବଡ ଭଉଣୀ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବାବେଳେ, ସାନ ଭଉଣୀ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଗତ ୪ବର୍ଷ ହେଲା ନାରାୟଣ ସାଇ ଜେଲର ଅଛନ୍ତି।

Previous ArticleNext Article

Send this to a friend