ମୁଁ ବିଜେପିକୁ ଭୋଟ୍‌ ଦେଇଛି ଏବେ ମୋଦି ତାଙ୍କ କଥା ରଖନ୍ତୁ

atiya-sabari

ଲକ୍ଷ୍ନୋ: ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଯେଉଁଭଳି ଜବରଦସ୍ତ ସଫଳତା ମିଳିଳା ନିର୍ବାଚନ ପରେ ଏନେଇ ଅନେକ ବିଶ୍ଲେଷଣ ମଧ୍ୟ ଦେଖିବାକୁ ମିଳୁଛି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତିନ ତଲାକ୍‌ ମାମଲା ଉଠାଇ ମୁସଲମାନ ମହିଳାଙ୍କ ଭୋଟ୍‌ ନେବାକୁ ଚେଷ୍ଟା କରିଥିବା ବେଳେ ଏଥିରେ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ପୂର୍ବରୁ ଯେଉଁ ମୁସଲମାନ ମହିଳାମାନେ ନିର୍ବାଚନରେ ବିଜେପି ଠାରୁ ଦୂରତା ଅବଲମ୍ବନ କରୁଥିଲେ ଏଥର କିନ୍ତୁ ମହିଳା ମାନେ ଖୋଲିକି ବିଜେପିକୁ ଭୋଟ୍‌ ଦେଇଛନ୍ତି । ସୁପ୍ରିମକୋର୍ଟ୍‌ରେ ତିନ ତଲାକ୍ ଉପରେ ପଟିସନ ଦାୟର କରିଥିବା ସାହରନପୁରର ଜଣେ ମୁସଲିମ୍‌ ମହିଳା ଆତିଆ ସାବରି କହିଛନ୍ତି ମୁ ବିଜେପିକୁ ଭୋଟ୍‌ ଦେଇଛି ଏବେ ମୋଦି ଦେଇଥିବା ବାଦା ପୁରଣ କରନ୍ତୁ । କାରଣ ବିଜେପି ନିର୍ବାଚନ ପ୍ରଚାରରେ ତିନ ତଲାକ୍‌ ମୁଦ୍ଦା ଉଠାଇ ଥିଲା ତେଣୁ ଏବେ ଯେହେତୁ ବିଜେପି ବହୁମତ ପାଇସାରିଛି ଓ ବହୁ ମୁସଲମାନ ମହିଳା ମାନେ ବିଜେପିକୁ ସମର୍ଥନ କରି ଭୋଟ୍‌ ଦେଇଛନ୍ତି ତେଣୁ ମୋଦି ଏବେ ତାଙ୍କ କଥା ରଖନ୍ତୁ ବୋଲି ସେ କହିଛନ୍ତି । ଆତିଆ ୨୦୧୨ରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ଝିଅ ଜନ୍ମହେବା ପରେ ତାଙ୍କ ସ୍ୱାମୀ ୨୦୧୬ରେ ଏକ କାଗଜରେ ତିନ ତଲାକ୍‌ ଲେଖି ତାଙ୍କ ସ୍ତ୍ରୀଙ୍କୁ ତଲାକ୍‌ ଦେଇଥିଲେ ଫଳରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ୍‌ରେ ପିଟିସନ ଦାଖଲ କରିଛନ୍ତି ।   ଆତିଆ ସାବରି ଦ୍ୱାରା ସୁପ୍ରିମକୋର୍ଟ୍‌ରେ ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି ଆସନ୍ତା ୩୦ମାର୍ଚ୍ଚରେ ହେବ ।

Previous ArticleNext Article