ଏଟିଏମ୍‌ରୁ ୨୦୦ ଟଙ୍କିଆ ନୋଟ୍‌ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ୩ମାସ

Rupees-200-notes

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ନିକଟରେ ୨୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ କରିଛି। କିନ୍ତୁ ଗ୍ରାହକମାନେ କେବଳ ବ୍ୟାଙ୍କ ଶାଖାରେ ୨୦୦ ଟଙ୍କିଆ ନୋଟ୍ ପାଇପାରୁଛନ୍ତି। ତେବେ ଏହି ନୋଟ୍‌ ଏଟିଏମ୍‌ରେ ମିଳିବା ପାଇଁ ଆଉ ୩ ମାସ ସମୟ ଲାଗିବ ବୋଲି କୁହାଯାଉଛି। ନୂଆ ନୋଟ୍‌ ପାଇଁ ଏଟିଏମ୍‌କୁ ସେହି ଅନୁସାରେ ବିକଶିତ କରିବାକୁ ପଡୁଛି। ତେଣୁ ନୂଆ ନୋଟ୍‌ ଏଟିଏମ୍‌ରୁ ବାହାରିବା ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ବିମୁଦ୍ରୀକରଣ ପରେ  ୫୦୦ ଓ ୨୦୦ ଟଙ୍କିଆ ନୂଆ ନୋଟ୍‌ ପାଇଁ ଏଟିଏମ୍‌କୁ ପରିବର୍ତ୍ତନ କରାଯାଇଥିଲା। ଫଳରେ ଏଟିଏମ୍‌ରୁ ନୂଆ ନୋଟ୍‌ ବାହାରି ପାରୁଛି। କିଛି ବ୍ୟାଙ୍କ ନିଜ ଏଟିଏମ୍‌ ମେସିନରେ ୨୦୦ ଟଙ୍କିଆ ନୂଆ ନୋଟ୍‌ର ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି ୨୦୦ ଟଙ୍କିଆ ନୋଟ୍ ଖୁବଶୀଘ୍ର ବଜାରକୁ ଆସିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବୟାନ ଜାରି କରିଛି। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଏହା କେତେକ ବଛା ବଛା ଆରବିଆଇ କାର୍ଯ୍ୟାଳୟରେ ଉପଲବ୍ଧ ହେଉଛି। ସାରା ଦେଶରେ ପ୍ରାୟ ୨.୨୫ ଲକ୍ଷ ଏଟିଏମ୍‌କୁ ନୂଆ ନୋଟ୍‌ ପାଇଁ ପରିବର୍ତ୍ତନ କରାଯିବ।

ଏଜିଏସ୍‌ ଟ୍ରାଞ୍ଜକ୍ଟ ଟେକ୍ନୋଲୋଗି ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରବି ବି ଗୋୟଲ କହିଛନ୍ତି,“ ଆରବିଆଇଠାରୁ ନିର୍ଦ୍ଦେଶ ପାଇବା ପରେ  ସାରା ଦେଶରେ ଥିବା ଏଟିଏମ୍ ମେସିନ୍‌କୁ ପରିର୍ତ୍ତନ କରାଯିବ। ନୂଆ ନୋଟ୍‌ର ସାଇଜ ଅନ୍ୟ ନୋଟ୍‌ ତୁଳନାରେ କିଛିଟା ଭିନ୍ନ ରହିଛି। ତେବେ ନୂଆ ନୋଟ୍‌ ମିଳିବା କ୍ଷଣି, ଆମେ ଏହାର ସାଇଜ୍ ବୁଝିବାକୁ ହେବ। ମେସିନ ଅନୁସାରେ ଏହାକୁ ପ୍ରସ୍ତୁତ କରିବା ପଡ଼ିବ। ନୂଆ ନୋଟ୍‌ ପାଇଁ ମେସିନ୍‌କୁ ପ୍ରସ୍ତୁତ କରିବା ପାଇଁ ୯୦ ଦିନ ସମୟ ଲାଗିବ। ଏଥିପାଇଁ ଏଟିଏମ୍‌କୁ ବନ୍ଦ କରାଯିବ ନାହିଁ। ପୂର୍ବରୁ ଯେପରି ଭାବରେ ଲୋକେ ଏଟିଏମ୍ ବ୍ୟବହାର କରୁଛନ୍ତି ସେଭଳି କରିବେ।”

Previous ArticleNext Article

Send this to a friend