ବିହାର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ପଥରମାଡ଼, ଅନେକ ସୁରକ୍ଷାକର୍ମୀ ଆହତ

bihar

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାଫିଲା ଉପରେ ଆଜି ଆକ୍ରମଣ ହୋଇଛି। ବକ୍ସରର ନନ୍ଦନକୁ ସମୀକ୍ଷା ଯାତ୍ରାରେ ଯାଇଥିବା ବେଳେ ତାଙ୍କ କାଫିଲା ଉପରକୁ ପଥରମାଡ଼ କରାଯାଇଥିଲା। ଏଥିରେ ନୀତୀଶଙ୍କର କିଛି ହୋଇନାହିଁ, କିନ୍ତୁ ତାଙ୍କର ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

କୁହାଯାଉଛି ଲୋକେ ନୀତୀଶ କୁମାରଙ୍କୁ ଭେଟି ତାଙ୍କ ସମସ୍ୟା ସଂପର୍କରେ ଜଣାଇବାକୁ ଚାହୁଁଥିଲେ। ସେଥିପାଇଁ ସେମାନେ ପ୍ରଶାସନିକ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତେବେ ସେମାନେ ଅନୁମତି ଦେଇ ନଥିଲେ। ଏହା ପରେ ଲୋକେ ରାଗି ଯାଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ କାଫିଲା ଉପରକୁ ପଥର ଫିଙ୍ଗି ଥିଲେ।

ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ପ୍ରତିଦିନ ଗୋଟିଏ ଜିଲ୍ଲା ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ଓ ଲୋକଙ୍କୁ ଭେଟୁଛନ୍ତି। ଏହା ସହିତ ଜନସଭାଗୁଡ଼ିକୁ ସମ୍ବୋଧିତ କରୁଛନ୍ତି। ଏହି କ୍ରମରେ ଆଜି ସେ ବକ୍ସରର ନନ୍ଦନରେ ପହଞ୍ଚିଥିଲେ।

Previous ArticleNext Article

Send this to a friend