ସାହାରା ସମ୍ପତ୍ତି: କିଣିବା ପାଇଁ ଧାଡ଼ି ଲଗାଇଲେ ଟାଟା, ଆଦାନି ଏବଂ ପତଞ୍ଜଳି

sahara-1

ନୂଆଦିଲ୍ଲୀ: ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସମ୍ପତ୍ତି। ମୂଲ୍ୟ ୭,୪୦୦ କୋଟି ଟଙ୍କା। ଇଏ ହେଉଛି ନିଲାମ ହେବାକୁ ଥିବା ସାହାରା ସମ୍ପତ୍ତି। ଏବେ ଏହି ସମ୍ପତ୍ତିକୁ କିଣିବା ପାଇଁ ନାମୀଦାମୀ କମ୍ପାନୀ ଧାଡ଼ି ଲଗାଇଛନ୍ତି। ଏହି ରେସରେ ଏବେ ଟାଟା, ଗୋଦ୍ରେଜ୍‌, ଆଦାନି ଏବଂ ପତଞ୍ଜଳି ଭଳି ବଡ଼ ବଡ଼ କମ୍ପାନୀ। ଜମିଜମା ସମ୍ପତ୍ତିକୁ ଛାଡ଼ି ସାହାରା ହସ୍‌ପିଟାଲକୁ କିଣିବା ପାଇଁ ଆପୋଲୋ ହସ୍‌ପିଟାଲ ଇଚ୍ଛା ପ୍ରକାଶ କରିଛି। ଖୁବ୍‌ଶୀଘ୍ର ଏହି ନିଲାମ ପ୍ରକ୍ରିୟା ସରିବ ବୋଲି ଜଣାପଡ଼ିଛି।

ଏସବୁ ସମ୍ପତ୍ତିକୁ ବିକି ଜମାକାରୀଙ୍କ ଟଙ୍କା ଫେରେଇବାକୁ ସାହାରା ପ୍ରତିଶ୍ରୁତି ଦେଇଥିଲା। ୨୦୧୭ ଜୁଲାଇରୁ ଅଗଷ୍ଟ ମଧ୍ୟରେ ୧୦,୦୦୦ କୋଟି ଟଙ୍କା ସେବି ପାଖରେ ଜମା କରିବାକୁ ସାହାରା ସୁପ୍ରିମକୋର୍ଟକୁ ଜଣାଇଥିଲା।

ଇତିମଧ୍ୟରେ ପୁନେଠାରେ ଥିବା ସାହାରାର ‘ଅମ୍ବି ଭ୍ୟାଲି’କୁ ନିଲାମ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ରେ ଜମାକାରୀଙ୍କ ୨୫ ହଜାର କୋଟି ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ସାହାରା ମୁଖ୍ୟ ସୁବ୍ରତ୍‌ ରୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସର୍ତ୍ତ ଅନୁଯାୟୀ ଟଙ୍କା ଜମା ନ କରିବାରୁ ପୁନେଠାରେ ଥିବା କମ୍ପାନୀର ‘ଅମ୍ବି ଭ୍ୟାଲି’କୁ ନିଲାମ କରାଯିବ ବୋଲି କୋର୍ଟ କହିଥିଲେ।

SHARE THIS

RELATED ARTICLES

LEAVE COMMENT