ଅଡିର ଧମାକାଦାର  ଅଫର୍‌ : ରହିଛି ୮.୮୫ ଲକ୍ଷ ଟଙ୍କାର ଡିସ୍‌କାଉଣ୍ଟ

AUDI-DISCOUNT_3213608f

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଓ ନ୍ୟୁ-ଇୟର ଅବସରରେ ଅଡ଼ି ଆଣିଛି ଧମାକାଦାର  ଅଫର । ଜର୍ମାନୀର ଲଗଜରି କାର୍ ନିର୍ମାଣକାରୀ Audi ତା’ର ବର୍ଷର ଶେଷ ସେଲ୍‌ସ୍ ଡ୍ରାଇଭରେ ୮.୮୫ ଲକ୍ଷ ଟଙ୍କାର ଡିସ୍‌କାଉଣ୍ଟ ଅଫର୍ ଘୋଷଣା କରିଛି । ଏହି ବିଶେଷ ଅଫର କିଛି ବଛା ବଛା ମଡେଲ ଉପରେ ରହିଛି। କମ୍ପାନି Audi A3, Audi A4, Audi A6 ଓ Audi Q3 ଉପରେ Audi ରସ୍ ଲିମିଟେଡ୍ ପିରିୟଡ ଅଫର୍‌ ଭାଭେ ଶ୍ପେସାଲ ପ୍ରାଇସ୍ ଓ ସରଳ ଇଏମ୍‌ଆଇର ସୁବିଧା ଦେଇଛି।

କମ୍ପାନି କହିଛି ଯେ, ଏହି ମଡେଲଗୁଡ଼ିକ ଉପରେ ୩ ରୁ ୮.୮୫ ଲକ୍ଷ ଟଙ୍କାର ବିଶେଷ ରିହାତି ସହ, ଗ୍ରାହକମାନେ ନିଜ ପସନ୍ଦର Audi ୨୦୧୭ରେ କିଣିବା ଓ ୨୦୧୯ରେ ପେମେଣ୍ଟ କରିବାର ବିଶେଷ ସୁବିଧା ପାଇବେ। ସେହିପରି Audi A3 ଓ Audi A4 ତାର ପୂର୍ବ ଦାମ୍ କ୍ରମେ ୩୧.୯୯ ଲକ୍ଷ ଓ ୩୯.୯୭ ଲକ୍ଷ ମୁକାବିଲାରେ ଏହି ଶ୍ପେସାଲ ଅଫର ଅନୁଯାୟୀ ୨୬.୯୯ ଲକ୍ଷ ଓ ୩୧.୯୯ ଲକ୍ଷ ଟଙ୍କାରେ ମିଳିବ।  ଏଥିସହ Audi A6 sedanର ମୂଲ୍ୟ୪୪.୫୬ ଲକ୍ଷ ଟଙ୍କା ଥିବା ବେଳେ ଏହା ୫୩.୯୪ ଲକ୍ଷ ଟଙ୍କାରେ ମିଳିବ। SUV Audi Q3ର ମୂଲ୍ୟ ୨୯.୯୯ ଲକ୍ଷ ଥିବା ବେଳେ ଏହା ୩୩.୪ ଲକ୍ଷରେ ଟଙ୍କାରେ ଉପଲବ୍ଧ ହେବ।

Previous ArticleNext Article

Send this to a friend