ସେକ୍ସ ପ୍ରିୟ ସାଧୁ ! ରାମ ରହିମଙ୍କଠାରୁ ସାରଥୀ, ସୁର ପର୍ଯ୍ୟନ୍ତ

Indian-Godmen

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ନାଁ ବାବା । କାମ ବେଆଇନ। ସାଧୁସନ୍ଥ ବେଷରେ ଏମାନେ ଭକ୍ତଙ୍କୁ ପ୍ରଭାବିତ କରନ୍ତି । ସତସଙ୍ଗ କରନ୍ତି।  ଧର୍ମବାଣୀ ପ୍ରଚାର କରନ୍ତି। ହେଲେ ଏମାନଙ୍କ ସୈତାନୀ ରୂପ ଟା ଖୁବ ଭୟଙ୍କର। ହତ୍ୟା, ଲୁଣ୍ଠନ, ବଳାତ୍କାର, ଯୌନ କେଳେଙ୍କାରୀ ଆଦି ଯାବତୀୟ ଘୃଣ୍ୟ କାମରେ ଏମାନ ଲିପ୍ତ ରୁହନ୍ତି।  ହେଲେ  ଏମାନଙ୍କ କାରନାମା ପଦାକୁ ଆସିଲେ ମଧ୍ୟ ଅନେକ ଅନ୍ଧ ଭକ୍ତ ଏମାନଙ୍କ ସପକ୍ଷରେ ବାହରନ୍ତି। ଗୁଣ୍ଡାଗର୍ଦ୍ଦି କରନ୍ତି। ସରକାରଙ୍କୁ ଡରାନ୍ତି। ଆଇନକୁ ହାତକୁ ନିଅନ୍ତି। ଯାହାର ସଦ୍ୟ ଚିତ୍ର ଏବେ ହରିଆଣାରେ ଦେଖିବାକୁ ମିଳିଛି। ବଳାତ୍କାରରେ ଫସିଥିବା ବିବାଦୀୟ ବାବା ଗୁରମିତ୍‌ ରାମ ରହିମଙ୍କ ପାଇଁ ହରିଆଣାରେ ଏବେ ବିସ୍ଫୋରକ ପରିସ୍ଥିତି। କେବଳ ରାମ ରହିମ ନୁହେଁ ଦେଶରେ ଭଣ୍ଡବାବାଙ୍କ ତାଲିକା ବେଶ୍‌ ଲମ୍ବା। ଏଥିରୁ ଓଡ଼ିଶା ମଧ୍ୟ ବାଦ ପଡ଼ିନି। ଆସନ୍ତୁ ସେହି ଭଣ୍ଡବାବାଙ୍କର କିଛି କଳାକାରନାମା ସର୍ମ୍ପକରେ କିଛି ଜାଣିବା।

ରାମ ରହିମ୍ :ଡେରା ସଚ୍ଚା ସୌଦାର ମୁଖିଆ ଗୁରମିତ ରାମ ରହିମ୍ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୭  ବର୍ଷ ତଳର ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କଲା ପରେ ପୁଣି ଥରେ ରାମ ରହିମ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୦୨ ମସିହାରେ ରାମ ରହିମର ଜଣେ ଭକ୍ତ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ବିଷୟରେ ସେହି ମହିଳା ଜଣକ ଚିଠି ଲେଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ଜଣାଇଥିଲେ। ଦୀର୍ଘ ୧୬ ବର୍ଷ ହେଲା ଏହି ମାମଲା ଅଦାଲତରେ ବିଚାରାଧୀନ ଥିଲା । ଶୁକ୍ରବାର ମାମଲାର ଶୁଣାଣି କରି  ପଞ୍ଚକୁଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଖାଲି ଯୌନ ଉତ୍ପୀଡ଼ନ ନୁହେଁ  ରାମ ରହିମ ନାରେ ଜଣେ ସମ୍ବାଦିକଙ୍କୁ ହତ୍ୟା କରିବାର ଅଭିଯୋଗ ମଧ୍ୟ ରହିଛି। ସେହିପରି ବଳ ପୂର୍ବକ ପୁରୁଷ ବନ୍ଧ୍ୟାକରଣ ମାମଲାର ଅଭିଯୋଗ ପରେ ପଞ୍ଜାବ ଏବଂ ହରିଆଣା କୋର୍ଟ ୨୦୧୪ରେ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହିଭଳି ଅନେକ ମାମଲା ବାବା ରାମ ରହିମଙ୍କ ନାଁ ରେ ରହିଛି।

ଅଶାରାମ ବାପୁ: ସେହିପରି ବିବାଦୀୟ ବାବା ତାଲିକାରେ ସର୍ବାଗ୍ରେ ରହିଛନ୍ତି ଆଶାରାମ ବାପୁ। ସମଗ୍ର ଦେଶରେ ତାଙ୍କର ୪୨୫ଟି ଆଶ୍ରମ ରହିଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ରହିଛନ୍ତି। ଯୋଧପୁରରେ ଥିଲା ବାବାଙ୍କ ମୁଖ୍ୟ ଆଶ୍ରମ।  ଏହି ଆଶ୍ରମରେ ବାବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଥିଲା।  ବାପୁଜୀ ନାଁ ରେ ବେଶ୍‌ ପରିଚିତ ଥିଲେ ଆଶାରାମ ବାପୁ ।  ୨୦୧୩ରେ ତାଙ୍କ ନାଁ ରେ ଆସିଥିଲା ଯୌନ ଉତ୍ପୀଡ଼ନ ଅଭିଯୋଗ। ଏହି ମାମଲାରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।  ଦିଲ୍ଲୀ ଗଣ ବଳାତ୍କାର ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚାରିଆଡ଼େ ନିନ୍ଦିତ ହୋଇଥିଲେ ଅଶାରାମ।

ଚନ୍ଦ୍ର ସ୍ୱାମୀ: ବିବାଦର ନାଁ ଚନ୍ଦ୍ର ସ୍ୱାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଭି ନରସିମା ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ଭାଷଣରେ ରାଜନୈତିକ ପରିବର୍ତ୍ତନ ଦେଖାଯାଉଥିଲା। ସେଥିପାଇଁ ତାଙ୍କୁ ପାୱାର ବ୍ରୋକର ବି କୁହାଯାଉଥିଲା। ଅଭିନେତ୍ରୀ ଏଲିଜାବେଥ, ବ୍ରିଟିସ ପ୍ରଧାନମନ୍ତ୍ରୀ ମାର୍ଗେଟ ଥାଚରଙ୍କୁ ଆଧ୍ୟାତ୍ମିକ ଉପଦେଶ ଦେଉଥିବା ଚନ୍ଦ୍ରସ୍ୱାମୀ ଅଣ୍ଡରୱାର୍ଲ୍ଡ  ଡନ୍‌ ଦାଉଦ ଆବ୍ରାହିମଙ୍କୁ ଆଧ୍ୟାତ୍ମିକ ଉପଦେଶ ଦେଇ ବିବାଦ ଘେରକୁ  ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ତାଙ୍କ ନାଁ ଯୋଡ଼ି ହୋଇଯାଇଥିଲା । ସେଇଠୁ ତାଙ୍କରି ପତନର କାହାଣୀ ଆରମ୍ଭ ହୋଇଯାଇଥିଲା। ଲଣ୍ଡନର ଜଣେ ବ୍ୟବସାୟୀଙ୍କୁ ଠକିବା ମାମଲାରେ ୧୯୯୬ମସିହାରେ ତାଙ୍କୁ ଗରିଫ କରାଯାଇଥିଲା।

ବାବା ନିତ୍ୟାନନ୍ଦ:  ବାବା ନିତ୍ୟାନନ୍ଦ  ବାଙ୍ଗାଲୋରରେ ଆଶ୍ରମ ଖୋଲି ଲୋକଙ୍କୁ ଠକୁଥିଲେ । ହେଲେ ହଠାତ୍ ସେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିବା ପରେ ତାଙ୍କର ସମର୍ଥକମାନେ ହଙ୍ଗାମା କରିଥିଲେ। । ସମ୍ପୃକ୍ତ ଅଭିନେତ୍ରୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଗଣମାଧ୍ୟମ ପକ୍ଷରୁ ଏକ ଭିଡିଓ ଫୁଟେଜ୍‌ ଜାରି କରାଯାଥିଲା। ସ୍ୱାମୀ ନିତ୍ୟାନନ୍ଦଙ୍କ ଅସଲ ଚେହେରା ପଦାକୁ  ଆସିଥିଲା। ଏପରିକି ନିତ୍ୟାନନ୍ଦ ଜଣେ ମହିଳା ଭକ୍ତଙ୍କୁ ବାରମ୍ବାର ଧର୍ଷଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯ଼ୋଗ ପରେ ବାଙ୍ଗାଲୋର ପୋଲିସ୍  ତାଙ୍କ ଆଶ୍ରମରେ ଛାନଭିନ କରି କଣ୍ଡୋମ ଓ ଗଞ୍ଜେଇ ପାଇଥିଲା।  ତାଙ୍କର କିଛି ଭକ୍ତଙ୍କୁ ଗୋପନରେ ତାନ୍ତ୍ରିକ ସେକ୍ସ ଉପରେ ଗବେଷଣା କରିବା ପାଇଁ ନିତ୍ୟାନନ୍ଦ ତାଙ୍କର କିଛି ମହିଳା ଭକ୍ତଙ୍କୁ ବାଧ୍ୟ କରୁଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ଆସିଥିଲା।  ଏହି ଘଟଣାରେ ବାଙ୍ଗାଲୋର ପୋଲିସ୍ ତାଙ୍କ ଆଶ୍ରମକୁ ସିଲ୍‌ କରି ତାଙ୍କୁ ଗିରଫ କରିଥିଲା ।

ସନ୍ଥ ରାମପାଲ: ହରିୟାଣାର ଆଉ ଜଣେ ଚର୍ଚ୍ଚିତ ବାବା ହେଉଛନ୍ତି ସନ୍ଥ ରାମପାଲ। ଯାହାଙ୍କ ପାଇଁ  ୧୦ ଦିନ ଧରି ପୋଲିସ ନାକେଦମ ହୋଇଥିଲା।  ହରିୟାଣା ସରକାରଙ୍କ ଜଳ ସେଚନ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ରାମପାଲ ଧୀରେ ଧୀରେ ସନ୍ଥ ରାମପାଲନାମରେ ପରିଚିତ ହୋଇଥିଲେ। ଭାରତୀୟସେନାର ପାରାମଲିଟାରି ଫୋର୍ସକୁ ସତଲୋକ ଆଶ୍ରମରେ ପ୍ରବେଶ ନ କରାଇଦେବାକୁ ତାଙ୍କ ବିରୋଧରେ ରାଜଦ୍ରୋହର ମାମଲା ରୁଜୁ ହୋଇଥିଲା। ସେନା ଓ ରାମପାଲଙ୍କ ଅଙ୍ଗରକ୍ଷୀଙ୍କ ମଧ୍ୟରେ ୩୦ ଘଣ୍ଟାର ଲଢେଇ ପରେ ବଳପୂର୍ବକ ରାମପାଲକୁ ଆଶ୍ରମରୁ ଗିରଫ କରିଥିଲା ପୋଲିସ । ରାମପାଲଙ୍କ ନାମରେ ହତ୍ୟା, ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ସଙ୍ଗିନ ମାମଲା ରହିଛି।

ମହର୍ଷି ମହେଶ ଯୋଗୀ:  ବ୍ରିଟିସ ରକ ବ୍ୟାଣ୍ଡର ମୁଖ୍ୟ କର୍ମକର୍ତ୍ତା ମିଆ ଫାରୋଙ୍କ ସହ ଯୌନ କେଳଙ୍କାରୀରେ ଛନ୍ଦି ହୋଇଥିଲୋ ମହେଶ ଯୋଗୀ।  ବିଟେଲସ ବ୍ରିଟିସ ରକ ବ୍ୟାଣ୍ଡ ସଂସ୍ଥା ସହିତ ଜଡ଼ିତ ଥିଲେ ମହେଶ ଯୋଗୀ। ଏହି ସଂସ୍ଥାର ସେକ୍ସି ସିଡି ଗୀତ ବାବାଙ୍କ ଆଧ୍ୟତ୍ମିକ  ଚେହେରାକୁ ବଦନାମ କରିଥିଲା। ବିଟେଲସ୍ ବ୍ୟାଣ୍ଡଗୃପ ଡ୍ରଗ୍ସ କରୋବାର କରୁଥିବାର ଅଭିଯୋଗରେ ଛନ୍ଦି ହୋଇଥିଲେ ମହେଶ ଯୋଗୀ । ଏହି ବିବାଦୀୟ ବାବାଙ୍କର ମୃତ୍ୟୁ ୨୦୦୮ ରେ ହୋଇଥିଲା।

ସାରଥୀ: ଓଡ଼ିଶାରେ ମଧ୍ୟ କଳଙ୍କିତ ବାବାଙ୍କ କାହାଣୀ କିଛି କମ୍‌ ନାହିଁ।  ନିଜର କଳାକାରନାମା ପାଇଁ  ବାବା ସାରଥୀ ଓରଫ ସନ୍ତୋଷ ରାଉଳ ୨୦୧୫ରେ ଚର୍ଚ୍ଚାକୁ ଆସିଥିଲେ।  ବାବା ଯୌନକେଳେଙ୍କାରୀରେ ସମ୍ପୃକ୍ତ ଥିବା ଅଭିଯୋଗ ଅସିବା ପରେ ସେତେବେଳେ ଖୁବ୍ ତମ୍ବିତୋଫାନ ହୋଇଥିଲା। ବାବାଙ୍କର କେନ୍ଦ୍ରାପଡ଼ାରେ ଥିବା ବାରିମୂଳ ଆଶ୍ରମକୁ ନେଇ ଖୁବ୍ ଲଙ୍କାକାଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଆଶ୍ରମକୁ ଧସେଇ ପଶିବା ବେଳକୁ ପୋଲିସ ଲାଠି ଚାର୍ଜ କରିଥିଲା। ଶେଷରେ ସାରଥୀଙ୍କୁ ଅଗଷ୍ଟ ୪ ୨୦୧୫ରେ ଗିରଫ କରାଯାଇଥିଲା।  ସେ ଏବେ ଜେଲରେ ଅଛନ୍ତି।

ସୁର ବାବା: ସାରଥୀଙ୍କ ପରେ ସୁରବାବାଙ୍କ ଯୌନକେଳେଙ୍କାରୀ ପର୍ଦ୍ଦାଫାସ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାଲିପାଟଣାର ତ୍ରାହି ଅଚ୍ୟୁତ ଆଶ୍ରମ କରି ଲୋକଙ୍କ ଭବିଷ୍ୟତ ବିଷୟରେ କହୁଥିବା ସୁର ଓରଫ ସୁରେନ୍ଦ୍ର ମିଶ୍ରଙ୍କ କଳାକାରନାମା କିଛି କମ୍‌ ନଥିଲା। ପରେ ତାଙ୍କ ନାଁରେ ଆସିଲା ହତ୍ୟା ଅଭିଯୋଗ ।  ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଆଶ୍ରମକୁ କବ୍‌ଜା କରିନେଇଥିଲେ। ପୋଡ଼ାଜଳା ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ୨୦ଟି ଗାଡ଼ି ଜାଳିଦେଇଥିଲେ।  ବାବାଙ୍କ ନାମରେ ଯୌନ ଶୋଷଣ, ସରକାରୀ ସମ୍ପତ୍ତିକୁ ମାଡ଼ି ବସିବା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଦି ଅଭିଯୋଗ ଆସିଥିଲା। ପରେ ବାବାଙ୍କୁ ଗିରଫ କରାଯାଇଥିଲା।

 

 

Previous ArticleNext Article

Send this to a friend