ବାଂଲାଦେଶ: ଟୋବାକୋ ଫ୍ୟାକ୍ଟ୍ରିରେ ଦଳାଚକଟା, ୨୩ ମୃତ

mutha

ଢ଼ାକା: ବାଂଲାଦେଶର ଏକ ଟୋବାକୋ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦଳାଚକଟାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଗରିବ ଲୋକେ ମାଗଣାରେ ପୋଷାକ ନେବାକୁ ଆସିଥିବା ବେଳେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଫ୍ୟାକ୍ଟ୍ରିର ମାଲିକଙ୍କ ସମେତ ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ଏହି ଫ୍ୟାକ୍ଟ୍ରିର ମାଲିକ ପବିତ୍ର ରମଜାନ ମାସ ଅବସରରେ ଗରିବ ଲୋକମାନଙ୍କୁ ମାଗଣାରେ ପୋଷାକ ଦେବେ ବୋଲି ଘୋଷଣା କରିଥିଲେ। ତେଣୁ ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳକୁ ଫ୍ୟାକ୍ଟ୍ରି ସମ୍ମୁଖରେ ୧୫୦୦ରୁ ଅଧିକ ଲୋକ ଜମା ହୋଇଥିଲେ। ଫ୍ୟାକ୍ଟ୍ରିର ଗେଟ୍  ଛୋଟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ଠେଲାପେଲାରୁ ହିଁ ଦଳାଚକଟା ହେଲା। ଫ୍ୟାକ୍ଟ୍ରି ପରିସରରୁ ୨୩ ଜଣଙ୍କ ମୃତ୍ୟୁ ଶରୀର ଜବତ କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ମୃତଦେହକୁ ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରୁ ନେଇଯାଇଛନ୍ତି ବୋଲି ପୋଲିସ୍ ସୂଚନା ଦେଇଛି।

Previous ArticleNext Article

Send this to a friend