ପ୍ରଶାସନିକ ସେବାର ଏହି ଅଧିକାରୀ, ଖାଲି ଷ୍ଟ୍ରିକ୍ଟ ନୁହନ୍ତି ଭାରି ସୁନ୍ଦରୀ ମଧ୍ୟ    

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): IAS ଓ IPS ଚାକିରି ଖୁବ୍‌ ଚ୍ୟାଲେଞ୍ଜିଂ । ଦେଶର ଆଇନ୍‌ଶୃଙ୍ଖଳା ବ୍ୟବସ୍ଥା ସହ ପ୍ରଶାସନିକ କାର୍ଯ୍ୟଭାରକୁ ସନ୍ତୁଳୀତ ରଖିବାରେ ଏହି ପଦବୀର ଗୁରୁ ଦାୟିତ୍ୱ ରହିଛି। ଏଣୁ ଏହି ସେବାରେ ଯୋଗ ଦେବା ଆଗରୁ ସମସ୍ତ ଅଧିକାରୀ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଆସିଥାନ୍ତି। ଆପଣ ଭାବୁଥିବେ ଏମିତି ଷ୍ଟ୍ରିକ୍ଟ ଅଫିସର ନିଶ୍ଚିତ ରୁକ୍ଷ ହୋଇଥିବେ । ନାଁ କ’ଣ କହୁଛନ୍ତି । କଦାପି ନୁହେଁ। ଆପଣଙ୍କ ଏ ଭାବନା ବିଲକୁଲ୍‌ ଭୁଲ୍‌। ଏହି ଚ୍ୟାଲେଞ୍ଜିଂ କାର୍ଯ୍ୟକୁ ପେସା କରିଥିବା ଅନେକ ଏମିତି ମହିଳା ଅଧିକାରୀ ଅଛନ୍ତି ଯାହାଙ୍କୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ। ତା ହେଲେ ଆସନ୍ତୁ ଜାଣିବା ସେମିତି କିଛି ସୁନ୍ଦରୀ ସାହେବାଣୀଙ୍କ ସମ୍ପର୍କରେ।

ସ୍ମିତା ସଭରୱାଲ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ରହୁଥିବା ସ୍ମିତା ସଭରୱାଲା ୨୦୦୧ ବ୍ୟାଚ୍‌ର IAS ଅଫିସର। ତାଙ୍କ ଜନ୍ମ ୧୯୭୭ରେ ଦାର୍ଜେଲିଙ୍ଗରେ ହୋଇଥିଲା। ସ୍ମିତା ନିଜ ଗ୍ରାଜୁଏସନ ହାଇଦ୍ରାବାଦରୁ ପୁରା କରିଛନ୍ତି। ‘‘ପିପୁଲ୍ସ ଅଫିସର’’ ନାଁରେ ଜଣାଶୁଣା ଏହି ଅଧିକାରୀ ସାଧାରଣ ଜନତାଙ୍କ ସେବାରେ ନିଜର ଭାଗିଦାରୀ ସବୁବେଳେ ଦେଖାଇଛନ୍ତି।  ସ୍ମିତାଙ୍କ ବାପା ଡା. ଅକୁନ ସଭରୱାଲା ବି ଜଣେ ଆଇଏଏସ୍‌ ଅଧିକାରୀ।

ରିଜୁ ବାଫନା: ଛତିଶଗଡ଼ରେ ରହୁଥିବା ରିଜୁ ବାଫନା କିରୋଡ଼ିମଲ କଲେଜରୁ ସ୍ନାତକ ଓ ଅର୍ଥନୀତିରେ ଦିଲ୍ଲୀରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ର ପରୀ‍କ୍ଷା ଦେଇ ୭୭ତମ ରାଙ୍କ ହାସଲ କରିଥିଲେ। ୨୦୦୧୪ରେ ସେ IAS ଅଧିକାରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ସୁନ୍ଦରୀ ରିଜୁ ନିଜର ସରଳ ସାବଳିକ ଗୁଣ ଲାଗି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମରିନ୍‌ ଯୋଶଫ୍: IPS ମରିନ୍‌ ଯୋଶଫ୍‌। କେରଳ କ୍ୟାଡ୍‌ରର ଜଣକ ସବୁଠାରୁ କମ୍‌ ବୟସ୍କା ଅଫିସର ହେଉଛନ୍ତି ମରିନ୍‌। ସବୁବେଳେ ଷ୍ଟାଇଲିସ୍‌ ଆଉ ହସହସ ମୁହଁରେ ସେ ଜନତାଙ୍କ ପାଖରେ ପହଞ୍ଚିଥାନ୍ତି। କମ୍‌ ବୟସର ଏହି ଅଧିକାରୀ କିନ୍ତୁ ନିଜ କାମରେ ଭାରି ଷ୍ଟ୍ରିକ୍ଟ। ୨୦୧୨ରେ ୟୁପିଏସ୍‌ସି ପରୀକ୍ଷାରେ ପ୍ରଥମ ପାଳିରେ ସେ କୃତକାର୍ଯ୍ୟ ହୋଇଥିଲେ। ଦିଲ୍ଲୀରେ ଜନ୍ମିତ ମରିନ୍‌ଙ୍କ ପିତା କୃଷି  ମନ୍ତ୍ରଣାଳୟରେ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

ବି. ଚନ୍ଦ୍ରକଳା: ବି. ଚନ୍ଦ୍ରକଳା ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଓ ଉତ୍ତର ପ୍ରଦେଶ ବୁଲନ୍ଦ ସହରର ଡିଏମ୍‌ ଥିଲେ। ଚନ୍ଦ୍ରକଳାଙ୍କ ଜନ୍ମ ୧୯୭୯ ଡିସେମ୍ବର ୨୭ ତାରିଖରେ ହୋଇଥିଲା। ହାଇଦ୍ରାବାଦର କୋଟି ଓମେନ୍‌ କଲେଜ୍‌ରୁ ସେ ବିଏ  କରିବା ପରେ ସିଭିଲ୍‌ ସରିଭିସ୍‌ର ପରୀକ୍ଷା ଦେଇଥିଲେ। ୪୦୯ ରାଙ୍କ ରଖି ପାସ କରିଥିଲେ। ଡ୍ରାଇଭର ପରିବାରରୁ ଆସିଥିବା ଚନ୍ଦ୍ର କଳା ନିଜର ଷ୍ଟ୍ରେଟ୍‌ ଫରୱାର୍ଡ ପ୍ରବୃତ୍ତି ପାଇଁ ଜଣାଶୁଣା ।

ଟିନା ଡାବି: ୨୦୧୬ ୟୁପିଏସ୍‌ସି ପରୀକ୍ଷାରେ ଟପ୍‌ କରିଥିବା ଟିନାଙ୍କ ଜନ୍ମ ହୋଇଥିଲା ଗୋଆରେ। ସେଠାରେ ପ୍ରଥମିକ ଶିକ୍ଷା ସାରିବା ପରେ ନିଜ ପିତାମାତାଙ୍କ ସହ ଚାଲି ଆସିଥିଲେ ଦିଲ୍ଲୀ। ଏଠାରେ ରାଜନୀତି ବିଜ୍ଞାନରେ ସ୍ନାତକ କରିଥିବା ଏହି ଟିନା ୨୦୧୬ରେ ପ୍ରଥମ ଚଷ୍ଟାରେ ହିଁ ବାଜି ମାରି ନେଇଥିଲେ। ଆଉ ବନି ଯାଇଥିଲେ IAS. ।

Previous ArticleNext Article

Send this to a friend