କାଠୁଆ ମାମଲାରେ ଏମିତି କହିଲେ ଭୋଜପୁରୀ ଅଭିନେତ୍ରୀ

ନୂଆଦିଲ୍ଲୀ: କାଠୁଆ ନାବାଳିକା ଗଣ ଦୁଷ୍କର୍ମକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ଖେଳି ଯାଇଛି। ଏପରି ବିଦେଶୀ ମିଡ଼ିଆରେ ମଧ୍ୟ ଏହାର ଆଲୋଚନା ହେଉଛି। ଏଥିପାଇଁ ଆମ ଦେଶ ମଧ୍ୟ ଲଜ୍ଜିତ ହୋଇଛି। ଏପରି ସମ୍ୱେଦନଶୀଳ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଅଭିଯୁକ୍ତଙ୍କୁ ଫାଶୀ ଦରକାର ବୋଲି କହିଛନ୍ତି ଭୋଜପୁରୀ ଅଭିନେତ୍ରୀ ଗାର୍ଗୀ ପଣ୍ଡିତ।

ଗାର୍ଗୀ କହିଛନ୍ତି-“କାଠୁଆ ସମେତ ଦେଶରେ ବଢ଼ିଚାଲିଛି ନାବାଳିକା ଗଣଦୁଷ୍କର୍ମ। ଏହା ଆମ ପାଇଁ ଦୁଃଖଦ ଓ ଅପମାନ ଜନକ। ଏହାକୁ କିପରି ରୋକା ଯାଇପାରିବ, ସେଥିପାଇଁ ସରକାର ଓ ସମାଜର ବିଭିନ୍ନ ବର୍ଗର ଲୋକ ଚିନ୍ତା ପ୍ରକଟ କରିବାର ଦରକାର।”

ସେ କହିଛନ୍ତି-“ଦୁଷ୍କର୍ମ ପରି ସମ୍ୱେଦନଶୀଳ ମାମଲା ଗୁଡ଼ିକୁ ଫାଷ୍ଟ ଟ୍ରେକ୍‌ କୋର୍ଟରେ ବିଚାର କରାଯାଉ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଶୀଘ୍ର ଫାଶୀ ଦିଆଯାଉ। କିଛି ବର୍ଷ ତଳେ ଘଟିଥିବା ନିର୍ଭୟା କାଣ୍ଡକୁ ଏବେ ବହୁ ସମୟ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ସେହି ଘଟଣାର ଫାଇଲ୍‌ ରିଲିଜ ହୋଇପାରି ନାହିଁ। ଏପରି ଘଟଣାରେ ସରକାର ତତ୍ପରତା ଦେଖାଇବା ଦରକାର। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସହମତି ଦେଖାଇବା ଆବଶ୍ୟକ।”

Previous ArticleNext Article

Send this to a friend