କବର ଭିତରେ ସବୁଦିନ ପାଇଁ  ଶୋଇଗଲେ ସହିଦ ଯବାନ : ଲୁହରେ ଭିଜିଲା ଜନ୍ମମାଟି

p-111

ପାଟନା: ବିହାର ଅାରାରେ ହୋଇଛି ସହିଦ ଯବାନ ମୁଜହିଦ୍ ଖାନ୍‌ଙ୍କ। ଶେଷକୃତ୍ୟ ସମ୍ପନ୍ନ ହୋଇଛି ା ପୌତୃକ ଘରେ ପହଞ୍ଚିଥିଲା ସହିଦ୍‌ଙ୍କ ମର ଶରୀର। ଶେଷ ଦର୍ଶନ କରିବାକୁ ଛୁଟିଥିଲା ଲୋକଙ୍କ ଶୁଅ। ମୁଜିଦ୍‌ଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପରିବାରଲୋକ ା କିନ୍ତୁ ଦେଶ ପାଇଁ ଜୀବନ ବଳିଦାନ ଦେଇଥିବା ପୁଅ ପାଇଁ ଗର୍ବିତ ମୁଜହିଦ୍‌ଙ୍କ ପିତା ମାତା ା ସିଅାରପିଏଫ ଯବାନ ମୁଜହିଦ୍ ଗତକାଲି ଶ୍ରୀନଗର କରନ୍ ନଗର କ୍ୟାମ୍ପରେ ଅାତଙ୍କବାଦୀଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ ା ଏହାସହ ସଞ୍ଜାଓ୍ବାନା ଅାର୍ମି କ୍ୟାମ୍ପ ଉପରେ ଅାତଙ୍କବାଦୀ ଅାକ୍ରମଣରେ ସହିଦ୍ ହାବିଲ୍‌ଦାର ରାକେଶ ରଟୋରୀଙ୍କ ମର ଶରୀର ଡେରାଡୁନ ନିକଟସ୍ଥ ପୌତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି ଶେଷକୃତ୍ୟ।

ଲୁହ ଭିଜା ଅାଖିରେ ଦିଅାଯାଇଛି ବିଦାୟ। କାନ୍ଦୁଥିଲା ଜନ୍ମଭୂମି, ଝୁରୁଛି ମାଟି ମାଅା ା ଯେଉଁ ମା’ କୋଳରେ ବିତିଥିଲା ଜୀବନର ମୁଲ୍ୟବାନ ସମୟ ଅାଜି ଖାଲି ପଡ଼ିଛି ସେହି ମାଅାର ପଣତକାନୀ ା ରୁଣ୍ଡ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଲୋକ ା ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଚାଲି ଅାସିଥିଲେ ଲୋକେ  ା ଗତକାଲି ଶ୍ରୀନଗର କରନ୍ ନଗର କ୍ୟାମ୍ପରେ ଅାତଙ୍କବାଦୀଙ୍କ ସହ ମୁକାବିଲା ବେଳେ ସହିଦ୍ ହୋଇଥିଲେ ମୁଜହିଦ୍ ା ଅାତଙ୍କୀଙ୍କ ସମ୍ମୁଖରେ ନିଜ ବିରତ୍ୱର ପରିଚୟ ଦେଇଥିଲେ ା ଲସ୍କର ଏ ତୋଏବାର ଦୁଇ ପାକିସ୍ତାନୀ ଅାତଙ୍କବାଦୀ କ୍ୟାମ୍ପ ମଧ୍ୟକୁ ପ୍ରବେଶ କରିବାର ଚେଷ୍ଟାକୁ ବିଫଳ କରିଥିଲେ ମୁଜହିଦ୍ । ସହିଦ୍ ସିଅାରପିଏଫ ଯବାନ ମୁଜହିଦ୍ ଖାନ୍‌ଙ୍କ ମର ଶରୀର ଅାସି ପହଞ୍ଚିବା ପରେ ଦୌଡ଼ି ଅାସିଥିଲେ ଲୋକେ ା ସହିଦ୍‌ଙ୍କ ଅଶୃଳ ଅାଖିରେ ବିଦାୟ ଜଣାଇନ୍ତି ସମସ୍ତେ। ତଥାପି ଦୁଃଖର ପାହାଡ଼ ମଧ୍ୟରେ କେଉଁଠି ନା କେଉଁଠି ମୁଜହିଦ୍‌ଙ୍କ ପିତା ମାତା ଗର୍ବିତ ା

Previous ArticleNext Article

Send this to a friend