ଆଜି ଦିନିକିଆ ଅନଶନ କରିବେ ମୋଦି: ଛୁଇଁବେ ନାହିଁ ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଦିନିକିଆ ଅନଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କିଛି ଆଲୋଚନା ହୋଇପାରିଥିବାରୁ ଅନଶନ କରିବାକୁ ମୋଦି ନିଷ୍ପତ୍ତି ନେଇଛନ୍ତି।  ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ  କିନ୍ତୁ କୌଣସି ଖାଦ୍ୟ ଗ୍ରହଣ କରିବା ନାହିଁ ବୋଲି ଜଣାପଡ଼ିଛି।  ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରିବେ।

ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜେପି ନେତାମାନେ ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରି ପ୍ରତିବାଦ ଜଣାଇବେ। ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ୍‌ ପ୍ରକାଶ ମାଥୁର, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ କେ.ଭି. ସିଂହଦେଓଙ୍କ ସମେତ ଅନ୍ୟ ନେତାମାନେ ଉପବାସ ଅନଶନ କରିବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend