ମିଳିତ ବିରୋଧୀ ଶକ୍ତି ଆଗରେ ଧରାଶାୟୀ ହେଲା ବିଜେପି, ଉପନିର୍ବାଚନରେ ପଦ୍ମରୁ ଝଡ଼ିଲା ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ବିରୋଧୀଙ୍କ ମିଳିତ ଶକ୍ତି ଆଗରେ ବିଜେପି ଧରାଶାୟୀ ହୋଇଛି।  ଉପନିର୍ବାଚନରେ ପୁଣି ଦଳକୁ ଶକ୍ତ ଧକ୍କା ଲାଗିଛି।  ବିଜେପିଠାରୁ ଦୁଇଟି ଲୋକସଭା ଆସନ ଛଡ଼ାଇ ନେଇଛନ୍ତି ବିରୋଧୀ । ହାଇପ୍ରୋଫାଇଲ ୟୁପିର କାଇରାନା ଲୋକସଭା ଆସନରେ ଜିନ୍ନା ବଦଳରେ ଗନ୍ନା ବା ଆଖୁ ପ୍ରସଙ୍ଗ ହିଟ୍ ହୋଇଛି । ସେହିପରି ୧୦ଟି ବିଧାନସଭା ଆସନରେ ମଧ୍ୟ ବିଜେପି ଓ ଏହାର ସହଯୋଗୀ ଦଳକୁ ଝଟ୍‌କା ଲାଗିଛି। ୨୦୧୯ ପୂର୍ବରୁ ମିଳିତ ବିରୋଧୀଙ୍କ ଏହି ଟ୍ରାଏଲ୍ ରନ୍ ବିଜେପି ପାଇଁ ବଡ଼ ଚେତାବନୀ ବୋଲି ଚର୍ଚ୍ଚା ହେଉଛି।

ଏଠାରେ ତବସୁମ୍ ହସନ ବିଜୟୀ ହୋଇଛନ୍ତି । ତବସୁମ୍ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା ।

Previous ArticleNext Article

Send this to a friend