ତ୍ରିପୁରାରେ ବ୍ୟାପିବାରେ ଲାଗିଛି ହିଂସା: ଲେନିନ୍‌ଙ୍କ ମୂର୍ତ୍ତି ଭାଙ୍ଗି ଦେଲେ ଆନ୍ଦୋଳନକାରୀ

lenin

ଅଗରତାଲା: ତ୍ରିପୁରାରେ ବିଜେପିର ବିଜୟ ପରେ ସାରା ରାଜ୍ୟରେ ହିଂସା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବାମପନ୍ଥୀ ସ୍ମାରକୀକୁ ଲୋକେ ଭାଙ୍ଗିବାରେ ଲାଗିଛନ୍ତି। ବିଜେପି ସମର୍ଥକମାନେ ସାଉଥ ତ୍ରିପୁରାର ବୋଲୋନିଆ ସବ୍‌ଡିଭିଜନରେ ବୋଲଡୋଜର ଲଗାଇ ଋଷ କ୍ରାନ୍ତିର ନାୟକ ବ୍ଲାଦିମିର ଲେନିନ୍‌ଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାମପନ୍ଥୀ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବିଜେପିର ବିଜୟ ପରେ ରାଜ୍ୟର କିଛି ଅଞ୍ଚଳରେ ଭଙ୍ଗାରୁଜା ଓ ମାରପିଟ ଆରମ୍ଭ ହୋଇଯାଇଥିଲା। ୨୫ ବର୍ଷ ଶାସନରେ ଥିବା ସିପିଆଇ (ଏମ୍‌) ପକ୍ଷରୁ ଅଭିଯୋଗ କରାଯାଇଛି ବିଜେପି ଓ ଆଇପିଏଫ୍‌ଟି କାର୍ଯ୍ୟକର୍ତ୍ତା ହିଂସା କରିବାରେ ଲାଗିଛନ୍ତି। ସେମାନେ ନା କେବଳ ବାମପନ୍ଥୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରୁଛନ୍ତି, କର୍ମୀ ଓ ନେତାଙ୍କ ଘରକୁ ଟାର୍ଗେଟ୍‌ କରୁଛନ୍ତି।

Previous ArticleNext Article

Send this to a friend