ଘନେଇଲା କାଠୁଆ ବିବାଦ: ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ: କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜମ୍ମୁକାଶ୍ମୀର ରାଜନୀତି ସରଗରମ ହେବାରେ ଲାଗିଛି। ମିଳିଥିବା ଖବର ଅନୁସାରେ ଜମ୍ମୁକାଶ୍ମୀର ମେଣ୍ଟ ସରକାରରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ମନ୍ତ୍ରୀ ମନ୍ତ୍ରୀ ଦଳର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ଦଳର ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଥିବା ଖବର ମିଳିଛି। ପୂର୍ବରୁ ମଧ୍ୟ ଗଣଦୁଷ୍କର୍ମକାରୀଙ୍କ ସପକ୍ଷରେ ଶୋଭାଯାତ୍ରା କରି ରାଜ୍ୟ ସରକାରଙ୍କର ଦୁଇ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେବେ ଆଜି ସମସ୍ତ ବିଜେପି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି।

ଯଦି ଅଧ୍ୟକ୍ଷ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରନ୍ତି ତେବେ ଜମ୍ମୁକାଶ୍ମୀର ସରକାରଙ୍କ ପ୍ରତି କୌଣଶି ସମସ୍ୟା ହେବ ନାହିଁ। ଏଥିରେ ପିଡିପ ଓ ବିଜେପି ମେଣ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।

ପ୍ରକାଶ ଥାଉକି ୨୦୧୫ ମସିହାରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମଳି ନଥିଲା। ଫଳରେ ପିଡିପ ଓ ବିଜେପି ମେଣ୍ଟ କରି ମୁଫ୍‌ତି ମହମ୍ମଦ ସଇଦଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ଏଥିରେ ବିଜେପିର ୧୦ଜଣ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଡ. ନିର୍ମଳ ସିଂହ ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି।

Previous ArticleNext Article

Send this to a friend