ମୋଦିଙ୍କ ନେପାଳ ଗସ୍ତ ପୂର୍ବରୁ ଭାରତୀୟ ପ୍ରକଳ୍ପକୁ ବିସ୍ଫୋରଣରେ ଉଡ଼ାଇଦେଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ: ନେପାଳରେ ଭାରତ ସରକାର ଆରମ୍ଭ କରିଥିବା ହାଇଡ୍ରୋ ଇଲେକ୍‌ଟ୍ରିସିଟି ପାୱାର ପ୍ଲାଣ୍ଟ କାର୍ଯ୍ୟାଳୟରେ ଗତକାଲି ରାତିରେ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ଗସ୍ତରେ ଯାଇ  ମେ୧୧ରେ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ୯୦୦ ମେଗାୱାଟ୍‌ର ଏହି ପ୍ରକଳ୍ପରେ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଥିଲା।

ଏହି ବିସ୍ଫୋରଣରେ କାର୍ଯ୍ୟାଳୟ କାନ୍ଥ ଭୁଶୁଡ଼ି ପଡ଼ିଛି।  ଘଟଣା ସମ୍ପର୍କରେ ମୁଖ୍ୟ ଜିଲ୍ଲା ଅଧିକାରୀ ଶିବରାଜ ଯୋଶୀ କହିଛନ୍ତି,“ ଅଜଣା ଆକ୍ରମଣକାରୀ ହାଇଡ୍ରୋ ଇଲେକ୍‌ଟ୍ରିସିଟି ପାୱାର ପ୍ଲାଣ୍ଟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। ଏହି କାର୍ଯ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦି ମେ’୧୧ରେ ଉଦ୍‌ଘାଟନ କରିବାର ଥିଲା।”

ଏହି ପ୍ରକଳ୍ପ ନିର୍ମାଣ ପାଇଁ  ତତ୍‌କାଳୀନ ନେପାଳ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ୨୫ ନଭେମ୍ୱର ୨୦୧୪ରେ ଏକ ରାଜିନାମାପତ୍ର ସ୍ୱକ୍ଷାରିତ ହୋଇଥିଲା।

ବିସ୍ଫୋରଣ ପରେ ମୋଦିଙ୍କ ନେପାଳ ଗସ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକ ମାସ ମଧ୍ୟରେ ନେପାଳରେ ହୋଇଥିବା ଭାରତୀୟ ସମ୍ପତ୍ତି ଉପରେ ବିସ୍ଫୋରଣ ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ୧୭ ଏପ୍ରିଲରେ ଭାରତୀୟ ଦୂତାବାସର ଫିଲ୍ଡ ଅଫିସ୍‌ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ଏହାଦ୍ୱାରା ନିକଟରେ ଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା।

Previous ArticleNext Article

Send this to a friend