ଧରାପଡ଼ିଲା ବ୍ଲୁ ହ୍ୱେଲ୍ ଗେମ୍‌ର ମାଷ୍ଟରମାଇଣ୍ଡ: ୧୭ ବର୍ଷୀୟା କିଶୋରୀ କରୁଥିଲା ଖେଳ, ଆତ୍ମହତ୍ୟା ପାଇଁ କରୁଥିଲା ବାଧ୍ୟ

Blue-Whale-Game's-Mastermind

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧରା ପଡ଼ିଲା ବ୍ଲୁ ହ୍ୱେଲ୍ ଗେମର ମାଷ୍ଟରମାଇଣ୍ଡ। ସାରା ବିଶ୍ୱରେ ଚହଳ ପକାଇଥିବା ମୋବାଇଲ ଗେମ୍ ବ୍ଲୁ ହ୍ୱେଲକୁ ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ଆସିଥିବା ମାଷ୍ଟରମାଣ୍ଡକୁ ଋଷିଆରୁ ଧରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ଜଣେ ୧୭ ବର୍ଷୀୟା ଋଷୀୟ ଯୁବତୀ। ଋଷିଆର ଖାବରୋସ୍କ ରାଇ ଅଞ୍ଚଳରୁ ଯୁବତୀଙ୍କୁ ଧରିଛି ସେଠାକାର ପୋଲିସ। ବ୍ଲୁ ହ୍ୱେଲ ଗେମକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଆତଙ୍କ ବଢି ଚାଲିଥବାବେଳେ ଅଭିଭାବକମାନେ ମଧ୍ୟ ଆତଙ୍କିତ ଥିଲେ। ଇଣ୍ଡିଆରେ ମଧ୍ୟ ବ୍ଲୁ ହ୍ୱେଲ ଗେମରେ ଫସି ବର୍ତ୍ତମାନ ସୁଦ୍ଧା ୪ରୁ ଅଧିକ ନାବାଳକ ଓ ନାବାଳିକା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଗତକାଲି ତାମିଲନାଡ଼ୁ ନାଗପୁରରେ ଜଣେ ଛାତ୍ର ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହାତରେ ହ୍ୱେଲ୍ ସଦୃଶ ଏକ ଖୋଦା ଯାଇଥିବା ଏକ ଚିହ୍ନ ରହିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏହି ରହସ୍ୟମୟୀ ଗେମ୍‌ରେ ୧୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ବ୍ଲୁ ହ୍ୱେଲ୍ ଗେମ ନିର୍ମାଣ କରିଥିବା ଋଷୀୟ ନାଗରିକ ଫିଲିପ୍ ବୁଦେକିନ ଦୋଷୀ ସାବ୍ୟସ୍ତ ହୋଇ ସାଇବେରିଆର ଜେଲରେ ସଜା କାଟୁଛନ୍ତି।

ତେବେ କଣ ଏହି ବ୍ଲୁ-ହ୍ୱେଲ୍ ଗେମ୍?

ଏହା ହେଉଛି ସିକ୍ରେଟ୍ ଗ୍ରୁପରେ ଖେଳାଯାଉଥିବା ଏକ ଅନଲାଇନ୍ ଖେଳ। ଯାହାକି ଆାତ୍ମହତ୍ୟା କରିବାକୁ ଖେଳାଳିଙ୍କୁ ଉସକାଇଥାଏ। ହ୍ୱାଟ୍ସଅପ୍, ଇନ୍‌ଷ୍ଟାଗ୍ରାମ୍, ଫେସ୍‌ବୁକ୍‌ ଭଳି ସୋସିଆଲ୍ ସାଇଟରେ ଏହି ଖେଳ ଖେଳିବାକୁ ଇନ୍‌ଭାଇଟ୍ କରାଯାଇଥାଏ। ଆଡ୍‌ମିନ୍ ହିଁ ଚୟନ କରିଥାଏ ୫୦ ଦିନ ଅବଧିର ଏ ଖେଳ ପାଇଁ କିଏ ଯୋଗ୍ୟ। ଏହି ଖେଳରେ ଖେଳାଳି ହାତକୁ କାଟିବା, ଭୋର ୪ଟାରେ ଉଠି ହରର୍ ମୁଭି ଦେଖିବା, ହାତକୁ ଛୁଞ୍ଚିରେ ଫୋଡିବା, ଆଖପାଖ ଉଚ୍ଚା ବିଲ୍ଡିଂ ଖୋଜି ତାର ଗୋଟେ କୋଣରେ ଠିଆ ହେବା ଏବଂ ଆଡ୍‌ମିନ୍ ପାଖକୁ ଏସବୁର ସେଲ୍ଫି ପଠାଇ ପରବର୍ତ୍ତୀ ଗେମ୍ ଖେଳିବାକୁ ଯୋଗ୍ୟ ହେବା। ଆଉ ୫୦ତମ ଚ୍ୟାଲେଞ୍ଜରେ ମୋବାଇଲ୍ ସେଲ୍ଫି ମୋଡରେ ଆତ୍ମହତ୍ୟା କରିବା ରହିଛି। ବିଶେଷକରି ଦୁର୍ବଳ ମାନସିକତା ଏବଂ ସାଙ୍ଗସାଥୀ କିମ୍ବା ପରିବାରଠାରୁ ଦୂରେଇ ରହୁଥିବା ପିଲା ଏହାର ସହଜ ଶିକାର ହୋଇଥାନ୍ତି।

Previous ArticleNext Article

Send this to a friend