ରେଳଧାରଣାରେ ଫୁଟିଲା ବୋମା

କୋଲକତା: କୋଲକତାର ଦମଦମ କ୍ୟାଣ୍ଟେନମେଣ୍ଟ ରେଲୱେ ଷ୍ଟେଶନ ନିକଟରେ ଭୟଙ୍କର ବୋମା ବିସ୍ଫୋରଣ। ଏଥିରେ ଜଣେ ଗୁରୁତର ହୋଇଛନ୍ତି।  କୁହାଯାଉଛି ଏହି ଦୁର୍ଘଟଣା ଦେଶୀ ବମ୍‌ ଯୋଗୁଁ ହିଁ ଘଟିଛି।  ବିସ୍ଫୋରଣ ପରେ ପୋଲିସ  ଘଟଣାସ୍ଥଳରେ ଖାନତଲାସୀ ଜାରି  ରଖିଛି।  ଘଟଣାସ୍ଥଳରୁ ପୋଲିସ ୧୦ଟି ଦେଶୀ ବମ୍‌ ଜବତ କରିଛି। ପୋଲିସ ଅଧିକାରୀଙ୍କ ବ୍ୟତୀତ ରେଲୱେ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ତେବେ ଏହି ବୋମା କିଏ ଖଞ୍ଜିଥିଲା ଆଉ କେଉଁ କାରଣ ପାଇଁ ଖଞ୍ଜିଥିଲା ତାହା ଜଣାପଡ଼ି ନାହିଁ।

Previous ArticleNext Article

Send this to a friend