ସୋସିଆଲ ମିଡିଆରେ ୧୩ ବର୍ଷ ବାଳକର ସୁସାଇଇଡ୍‌ ଲାଇଭ୍‌

blood-1

ନୂଆଦିଲ୍ଲୀ: ଜୀବନ ଯେତେବେଳେ ବୋଝପାଲଟେ ମଣିଷ ସେତେବେଳେ କେତେ ଭୟଙ୍କର ନିଷ୍ପତ୍ତି ନେପାରେ ତାହା କଳନା କରାଯାଇପାରେନା। ଏମିତି ଏକ ଛାତି ଥରା ଘଟଣା ଆମେରିକାରେ ଘଟିଛି।  ଜଣେ ୧୩ ବର୍ଷ ବାଳକ ଆତ୍ମହତ୍ୟାର ଲାଇଭ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି ।

ସମ୍ପୃକ୍ତ ବାଳକ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରୁଥିବା ବେଳେ ଏହାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଲାଇଭ ଚାଲିଥିଲା। ଆତ୍ମହତ୍ୟା ପୂର୍ବରୁ ସମ୍ପୃକ୍ତ ପିଲା ଜଣକ ସୋସିଆଲ ମଡିଆର ଆଗୁଆ ସେଟିଂ କରିଥିଲେ।  ଏଭଳି ଚାଞ୍ଚଲ୍ୟକର ଦୃଶ୍ୟକୁ ପିଲାଟିର ସାଙ୍ଗମାନେ ସୋସିଆଲ ମଡିଆରେ ଦେଖିଥିଲେ।  ଜିଉର୍ଜିଆର ଫରେଷ୍ଟ ପାର୍କ ଅଞ୍ଚଳର ଏହି ବାଳକ ଜଣକ ହେଉଛନ୍ତି  ମାଲାଚି ହେମ୍ଫିଲ।।

ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିଲା ବେଳେ ଏତେ ଛୋଟ ବେଳୁ ପିଲାଟି କିପରି ବନ୍ଧୁକ ପାଇଲା ତାକୁନେଇ  ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ସମ୍ପୃକ୍ତ ବାଳକ ଜଣକର ମା’ଙ୍କ କହିବା ଅନୁଯାୟୀ  ଘର ଭିତରେ ସମେସ୍ତ ଥିବା ବେଳେ ହଠାତ୍ ଏକ ବଡ଼ ଶବ୍ଦ ଶୁଣି ସେ ଡରିଯାଇଥିଲେ। ଦେଖିବା ବେଳକୁ ପିଲାଟି ଭିତରପଟୁ କବାଟ ପକେଇଦେଇଥିଲ। କବାଟ ଭାଙ୍ଗି ଦେଖିଲା ବେଳକୁ ଭିତରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମାଲାଚି ପଡ଼ିଥିଲା॥ ପାଖରେ ଏକ ବନ୍ଧୁକ ପଡ଼ିଥିଲା। ସଙ୍ଗେ ସଙ୍ଗେ ପିଲାଟିକୁ ଡାକ୍ତାରଖାନା ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହୋଇଥିଲା।

(ସୌଜନ୍ୟ ପିଟିଆଇ)

Previous ArticleNext Article

Send this to a friend