ବରକୁ ବିଜୁଳି ଭୟ; ବେଦୀରୁ ଉଠି ଗଲା କନ୍ୟା

marriage

ପାଟନା: ବାହାଘର ଚାଲିଥିଲା। ଅଧା ରୀତିନୀତି ସରି ଯାଇଥିଲା। ହଠାତ୍ କନ୍ୟା କହିଲେ ଯେ ସେ ବାହା ହେବନି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାହା ନହେବା ପାଇଁ କନ୍ୟା ଯେଉଁ କାରଣ ଦର୍ଶାଇଲେ ତାହା ବି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସେ କହିଥିଲେ, ବିଜୁଳି ମାରିଲେ ବରକୁ ଡର ଲାଗେ। ଦୁଇ ଦିନ ତଳେ ସେ ଜମି ନିକଟରେ ଛିଡ଼ା ହୋଇଥିବା ବେଳେ ବିଜୁଳି ମାରିଥିଲା। ଏହା ପରେ ସେ ବିଚିତ୍ର ପ୍ରକାର ବ୍ୟବହାର କରିଥିଲେ। ସେ ମାନସିକ ଭାବେ ଦୁର୍ବଳ ବୋଲି କନ୍ୟା ଦର୍ଶାଇ ଥିଲେ।

କନ୍ୟାର କଥାକୁ ବର ଘର ଲୋକେ ଗ୍ରହଣ କରି ପାରିଲେନି। ସେମାନେ ବିରୋଧ କଲେ। ଯେମିତି ହେଲେ ବାହାଘର ହେବ ବୋଲି କହିଲେ। ଏହା ପରେ କନ୍ୟା ଘର ଲୋକେ ସେମାନଙ୍କ ଉପରେ ଆକ୍ରମଣ କଲେ। ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହେଲା। ପୋଲିସ୍ ପର୍ଯ୍ୟନ୍ତ କଥା ଗଲା। କନ୍ୟା ପକ୍ଷର ତିନି ଜଣ ଲୋକଙ୍କୁ ପୋଲିସ୍ ଗିରଫ କରିଛି। ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। ଘଟଣାଟି ଘଟିଛି ବିହାରର ସାରଣ ଜିଲ୍ଲାର ଚିତ୍ରସେନପୁର ଗାଁରେ।

Previous ArticleNext Article

Send this to a friend