ବେସୁରା ଗୀତ ନେଲା ଜୀବନ: ଭାଇକୁ ହତ୍ୟା କଲା ଭାଇ

murder-1

ରାୟପୁର: ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଭାଇ ନେଲା ଭାଇର ଜୀବନ। ଶୋଇବା ବେଳେ ବଡ଼ ଭାଇ ଗୀତ ଗାଇ ବିଶୃଙ୍ଖଳା ସୃଷ୍ଟି କରିବାରୁ ଏଥିରେ ବିରକ୍ତ ହୋଇ ସାନଭାଇ ଏଭଳି ଅଭାବନୀୟକାଣ୍ଡ ଘଟାଇଛି।  ଛତିଶଗଡ଼ର  ବାଲଡ଼ ଜିଲ୍ଲାରେ ଏହି ସ୍ପର୍ଶକାତର ଘଟଣା ଘଟିଛି।

ଅଭିଯୁକ୍ତ ଜଣକ ସୁରେଶ କୁମାର ବୋଲି ଜଣାପଡ଼ିଛି।  ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ସୁରେଶ କୁମାର ଶୋଇଥିଲେ।  ଏହି ସମୟରେ ତାଙ୍କ ବଡ଼ ଭାଇ ଚିଣ୍ଟୁରାମ ଗୀତ ଗାଇବାରୁ ସୁରେଶଙ୍କ ନିଦ ଭାଙ୍ଗିଯିବାରୁ ସେ ବିରକ୍ତ ହୋଇଥିଲେ।

ଚିଣ୍ଟୁରାମଙ୍କୁ ସୁରେଶ ଗୀତ ଗାଇବାକୁ ମନା କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଚିଣ୍ଟୁରାମ ପୁଣି ଗୀତ ଗାଇବାରୁ ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ସୁରେଶ। ରାଗ ତମ ତମ ହୋଇ ସୁରେଶ ଚିଣ୍ଟୁଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଏକ କୁରାଢିରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ଚିଣ୍ଟୁରାମଙ୍କ ମୃତ୍ୟୁ ଘଟିଥିଲା।  ଖବର ପାଇ ପୋଲିସ ପହଞ୍ଚି ସୁରେଶଙ୍କୁ ଗିରଫ କରିଥିଲା। ପୋଲିସ ସମ୍ମୁରେ ସୁରେଶ ଉପରୋକ୍ତ ଘଟଣା ସ୍ୱୀକାର କରିଥିଲା।

SHARE THIS

RELATED ARTICLES

LEAVE COMMENT