ମୋଦିଙ୍କ ନାଁ ଆଗରେ ‘ଶ୍ରୀ’ ନଲଗାଇବାରୁ ବିଏସ୍‌ଏଫ୍‌ ଯବାନଙ୍କ ଦରମା କଟିଲା

bsf

ନୂଆଦିଲ୍ଲୀ: ମୋଦିଙ୍କ ନାଁ ଆଗରେ ସମ୍ମାନ ସୂଚନ ‘ମାନନୀୟ’ କି ‘ଶ୍ରୀ’ ଶବ୍ଦ ବ୍ୟବହାର ନ କରିବାକରୁ ଜଣେ ଯବାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି। ବିଏସ୍‌ଏଫ୍‌ର ଏହି ଯବାନ ସଞ୍ଜୀବ କୁମାରଙ୍କ ୭ ଦିନର ଦରମାର କାଟି ଦିଆଯାଇଛି। ସଞ୍ଜୀବଙ୍କର ଭୁଲ ଏମିତି ଥିଲା ସେ ମୋଦିଙ୍କ ନାମ ଉଚ୍ଚାରଣ କରିବା ବେଳେ ସମ୍ମାନୀୟ କିମ୍ବା ଶ୍ରୀ ଶବ୍ଦର ବ୍ୟବହାର କରି ନଥିଲେ।

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ଗତ ୨୧ ଫେବ୍ରୁଆରୀରେ ନୋଇଡାର ମହତପୁରରେ ଥିବା ୧୫ ବାଟାଲିୟନ ମୁଖ୍ୟାଳୟରେ ଯବାନମାନେ ନିଜ ଦୈନିକ ରୁଟନ୍‌ ପରେଡ କରୁଥିଲେ। ଏଥିରେ ସଞ୍ଜୀବ ରିପୋର୍ଟ ଦେବା ବେଳେ ‘ମୋଦି କାର୍ଯ୍ୟକ୍ରମ’ ବୋଲି କହିଥିଲେ। ଏହା ଶୁଣିବା ପରେ ବାଟାଲିୟନର କମାଣ୍ଡିଂ ଅଫିସର କମାଣ୍ଡାଣ୍ଟ ଅନୁପ୍‌ ଲାଲ ଭଗତ ବହୁତ ରାଗି ଯାଇଥିଲେ। ସଞ୍ଜୀବଙ୍କ ବିରୋଧରେ ଶୁଣାଣି କରାଯାଇଥିଲା। ଏଥିରେ ବିଏସ୍‌ଏଫ୍‌ ଆକ୍ଟ ଧାରା ୪୦ (ବ୍ୟବସ୍ଥା ପ୍ରତି ପକ୍ଷପାତ ଓ ସୁରକ୍ଷାବଳ ଅନୁଶାସନ) ଅନୁସାରେ ଦୋଷୀ କରାଯାଇଥିଲା।

ଅନ୍ୟପକ୍ଷରେ ବିଏସ୍‌ଏଫ୍‌ର ବହୁ ଅଫିସର ଏହି ଦଣ୍ଡକୁ ଶକ୍ତ ହୋଇଗଲା କହିବା ସହ ଏପରି ଦଣ୍ଡର ଆବଶ୍ୟକତା ନଥିବା କହିଛନ୍ତି।

Previous ArticleNext Article

Send this to a friend