ବିଏସ୍‌ଏନ୍‌ଏଲ୍‌ର ଧମାକା ଅଫର: ୭ ଟଙ୍କାରେ ଡାଟା ସହ ଟକ୍‌ଟାଇମ୍

BSNL

ନୂଆଦିଲ୍ଲୀ: ଜିଓ,ଏୟାରଟେଲ୍, ଏୟାରସେଲ୍‌ ଭଳି କମ୍ପାନୀ ଅଫର ପରେ ଅଫର ଦେଇ ଟେଲିକମ୍‌ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିଚାଲିଛନ୍ତି। ରିଲିୟାନ୍ସ ଓ ଟାଟା ଡୋକୋମୋ ସେବା ବନ୍ଦ କରିବାକୁ ଯାଉଥିବା ବଳେ ତାଙ୍କ ଗ୍ରାହକ ଅନ୍ୟ କମ୍ପାନୀ ସହ ଯୋଡ଼ିହେବାରେ ଲାଗିଛନ୍ତି। ଏହି ମଉକାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ବିଏସ୍‌ଏନ୍‌ଏଲ୍। ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଅଫର ଘୋଷଣା କରିଛି।

ବିଏସ୍‌ଏନ୍‌ଏଲ୍‌ ନୂଆ ଅଫର ଅନୁସାରେ ଗ୍ରାହକଙ୍କୁ ମାତ୍ର ୭ ଟଙ୍କାରେ ୬୦ ଟଙ୍କାର ଟକ୍‌ଟାଇମ୍‌ ସହିତ ୫୦୦ ଏମ୍‌ବିର ଡାଟା ଯୋଗାଇ ଦେଉଛି ବିଏସ୍‌ଏନ୍‌ଏଲ୍‌। ଯେଉଁ ଗ୍ରାହକମାନେ ମୋବାଇଲ ନମ୍ବର ପ୍ରୋଟାବିଲିଟି କରି ବିଏସ୍‌ଏନ୍‌ଏଲ୍‌ ସେବା ସହିତ ଯୋଡ଼ି ହେବେ ସେମାନଙ୍କୁ ଏହି ଅଫର ମିଳିବ । ପୁରୁଣା ଗ୍ରାହକଙ୍କୁ ଏହି ସେବାର କୌଣସି ଲାଭ ମିଳିବା ନାହିଁ ବୋଲି କମ୍ପାନି ଅଫରରେ ସ୍ପଷ୍ଟ କରିଛି।

ଶୁଣିବାକୁ ମିଳୁଛି ଯେ, ରିଲାଏନ୍ସ କମ୍ୟୁନିକେସନ ଡିସେମ୍ବର ୧ ତାରିଖରୁ ଭଏସ କଲ ସେବା ବନ୍ଦ କରିବାକୁ ଯାଉଛି। ସେହିଭଳି ଟାଟା ଡୋକୋମୋ ମଧ୍ୟ ନିଜର ସେବା ବନ୍ଦ କରିବ ବୋଲି ଚର୍ଚ୍ଚା ହେଉଛି।

Previous ArticleNext Article

Send this to a friend