ୟୁପି ବିରୋଧୀ ଦଳରେ ରାଜନୈତିକ ସଂକଟ:  ଏସ୍‌ପି ଓ ବିଏସ୍‌ପି ଛାଡିଲେ ୪ ଏମ୍‌ଏଲ୍‌ସି, ବିଜେପିରେ ମିଶିବେ

akhilesh

ଲକ୍ଷ୍ନୌ: ବିହାର ଓ ଗୁଜୁରାଟ ପରେ ଏବେ ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ୍‌। ୟୁପିରେ ସମାଜବାଦୀ ପାର୍ଟିର ୩ଜଣ ବିଧାନ ପରିଷଦ ସଦସ୍ୟ ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାର ଅଲ୍ଫ ସମୟପରେ ବିଏସ୍‌ପି ଦଳର ଜଣେ ବିଧାନ ପରିଷଦ ସଦସ୍ୟ ଇସ୍ତଫା ଦେଇଛନ୍ତି। ଆଜି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ୟୁପି ଗସ୍ତ କରିବା ପୂର୍ବରୁ ୟୁପିରେ ବିଏସ୍‌ପି ଓ ଏସ୍‌ପି ପାଇଁ ରାଜନୈତିକ ସଂକଟ ଦେଖାଦେଇଛି। ଏହି ୪ଜଣ ନେତା ଇସ୍ତଫା ଦେବା ପରେ ନିଜ ନିଜ ଦଳର ସୁପ୍ରିମୋଙ୍କ ଉପରେ ବର୍ଷିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରିଥିଲେ। ଏହି ୪ ନେତା ଖୁବଶୀଘ୍ର ବିଜେପିରେ ମିଶିବେ।  ଯାହା ଜଣାପଡିଛି ଯଶବନ୍ତ ସିଂ ଓ ମଧୁକର ଜେଟ୍‌ଲୀ ଇସ୍ତଫା ଦେବାପରେ ଏହି ସିଟ୍‌ ମଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ସଦନର ସଦସ୍ୟ ହେବେ ବୋଲି ଜଣାପଡିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ଯୋଗୀ ଗୋରଖପୁରରୁ ସାଂସଦ ରହିଥିବା ବେଳେ ଦୀନେଶ ଶର୍ମା ଲକ୍ଷ୍ନୌରେ ମେୟର ଥିଲେ।

Previous ArticleNext Article

Send this to a friend