ଏହି ସ୍ମାର୍ଟଫୋନ୍‌ରେ ମିଳୁଛି ୬୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ

vivo

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଆପଣ ବି ସେଲଫି ସଉକିଆ ଓ ପରଫେକ୍ଟ ସେଲଫି ପାଇଁ ନୂଆ ଫୋନ୍ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଆମାଜନ୍ ସପିଂ ୱେବ୍‌ସାଇଟ୍‌ରେ ଚାଲିଛି ‘ଭିଭୋ କାର୍ନିଭାଲ ସେଲ୍’। ଏଥିରେ ଭିଭୋ ଫୋନ୍ ଉପରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ଏହି ସେଲ୍‌ ଡିସେମ୍ବର ୨୦ରୁ ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୨ ହେଉଛି ଏହି ସେଲ୍‌ର ଶେଷ ତାରିଖ। ଆସନ୍ତୁ ଜାଣିବା କେଉଁ ମଡେଲ୍‌ରେ ମିଳୁଛି କେତେ ଡିସ୍କାଉଣ୍ଟ୍।

Vivo V5S

ଏହି ଫୋନ୍‌ର ମୂଲ୍ୟ ୧୮,୯୯୦ ଟଙ୍କା ହୋଇଥିବା ବେଳେ ଏହି କାର୍ନିଭାଲରେ ଏହା ୧୫,୯୯୦ ଟଙ୍କାରେ ମିଳୁଛି। ଏହା ବ୍ୟତୀତ ଏକ୍ସଚେଞ୍ଜ୍ କଲେ ୨୦୦୦ ଟଙ୍କାର ଏକ୍ସଟ୍ରା ଡିସ୍‌କାଉଣ୍ଟ ମିଳୁଛି। ଏଥିରେ ୨୦ ମେଗା ପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି।

Vivo V5 Plus

ଏହି ଫୋନ୍‌ରେ ୬୦୦୦ ଟଙ୍କାର ଡିସ୍କାଉଣ୍ଟ୍ ମିଳୁଛି। ଏହାର ମୂଲ୍ୟ ୨୫,୯୯୦ ଟଙ୍କା ହୋଇଥିବା ବେଳେ ଡିସକାଉଣ୍ଟରେ ୧୯,୯୯୦ ଟଙ୍କାରେ ମିଳୁଛି। ଏହା ସହିତ ୩୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ବି ମିଳୁଛି। ଏଥିରେ ବି ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି।

Vivo Y66

ଏହି ଫୋନ୍‌ରେ ୨,୦୦୦ ଟଙ୍କାର ଡିସ୍‌କାଉଣ୍ଟ ସହ ୩,୦୦୦ ଟଙ୍କାର ଏକ୍ସଟ୍ରା ଏକ୍ସଚେଞ୍ଜ୍ ଡିସ୍କାଉଣ୍ଚ ମିଳୁଛି। ବିଶେଷ ରିହାତି ପରେ ଆପଣ ଏହାକୁ ୧୨,୯୯୦ଟଙ୍କାରେ କିଣିପାରିବେ। ଏଥିରେ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି।

Previous ArticleNext Article

Send this to a friend