୨୦୦ ଫୁଟ୍‌ ତଳକୁ ଖସିଲା ସ୍କୁଲ ବସ୍‌ : ଚାଲିଗଲା ୨୯ ଜୀବନ

ସିମ୍‌ଲା: ହିମାଚଳପ୍ରଦେଶର କାଙ୍ଗ୍ରା  ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା।  ଗୋଟିଏ ସ୍କୁଲ ବସ୍‌ କାଙ୍ଗ୍ରା  ଜିଲ୍ଲାର  ନୂରପୁର ନିକଟରେ ଆଜି ସକାଳେ ଏକ୍ ଖାତକୁ  ଖସିପଡ଼ିବାରୁ ଅନୁନ୍ୟ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି।   ବସ୍‌ଟି ୨୦୦ ଫୁଟ୍ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।  ମୃତକଙ୍କ ମଧ୍ୟରେ ପିଲାଙ୍କ ସମେତ ସ୍କୁଲ ଶିକ୍ଷକ, ବସ୍ ଡ୍ରାଇଭର ଅଛନ୍ତି। ମୃତ୍ୟୁ ଘଟିଥିବା ପିଲାଙ୍କ ବୟସ ୧୦ ବର୍ଷରୁ କମ୍‌ ହେବ।  ବସ୍‌ଟି ୱାଜିର ରାମ ସିଂ ପଠାନିଆ ମେମୋରିଆଲ ପବ୍ଲିକ୍‌ ସ୍କୁଲରୁ  ୪୫ ଜଣ ପିଲାଙ୍କୁ ନେଇ ଫେରୁଥିଲା।

ବାଟରେ ଭାରସାମ୍ୟ ହରାଇ ବସଟି ୨୦୦ ଫୁଟ୍ ତଳକୁ ଖସିପଡ଼ିଥିଲା। ରାଜଧାନୀ ସିମ୍‌ଲାଠାରୁ ୩୦୦ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି।  ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।  ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମୃତକଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ ଟିମ୍‌ ପହଞ୍ଚିଛି।  ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରିଛନ୍ତି।

Previous ArticleNext Article

Send this to a friend