ଘାଟି ତଳକୁ ଖସି ପଡ଼ିଲା ବସ୍‌: ୪୮ ମୃତ

BUS

ଡେରାଡୁନ୍: ଘାଟି ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ପାଉରି ଗରୱାଲ୍‌ ଜିଲ୍ଲାର ନୈନିଦଣ୍ଡା ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି। ପୋଲିସ୍ ଓ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ବସ୍‌ଟି ରାମନଗରରୁ ଭୋଆନ ଅଭିମୁଖେ ଯାଉଥିଲା। ୨୮ଟି ସିଟ୍ ବିଶିଷ୍ଟ ଏହି ବସ୍‌ରେ ୫୮ ଜଣ ଲୋକ ସବାର ହୋଇଥିଲେ।  ଅଧିକାଂଶ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ବସ୍‌ଟି ଘାଟିରୁ ୨୦୦ ମିଟର ତଳେ ପଡ଼ିଥିଲା। ବସ୍‌ଟି ପୂରା ଦୁଇ ଫାଳ ହୋଇଯାଇଥିଲା। ତା’ର ଉପରଭାଗ ଅର୍ଥାତ ଛାତ ପୂରା ଉଡ଼ି ଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଦୁଇ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଦେବାକୁ ସେ ଘୋଷଣା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ପରେ ଖବର ଆସିଥିଲା ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପରେ ଖବର ଆସିଲା ୪୦ ଜଣଙ୍କ ମୃତ୍ୟୁ ଘଟିଛି।

Previous ArticleNext Article

Send this to a friend