ନାଁ ଗୋଟିଏ: ଜଣେ ପ୍ରଧାନମନ୍ତ୍ରୀ, ଜଣେ ଦେଢ଼ ବର୍ଷର ଶିଶୁ 

justin-trudeau-baby

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ସିରିୟା ଶରଣାର୍ଥୀ କ୍ୟାମ୍ପରେ ତାଙ୍କ ନାମର ଜଣେ ଶିଶୁକୁ ସାକ୍ଷାତ କରିଛନ୍ତି। ସବୁଠାରୁ ରୋଚକ କଥା ହେଉଛି, ଶରଣାର୍ଥୀ ଟ୍ରୁଡ୍ୟୁ ପ୍ରଧାନମନ୍ତ୍ରୀ ଜଷ୍ଟିନଙ୍କ କୋଳକୁ ଯାଇ ଆରାମରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ଭାବୁକପୂର୍ଣ୍ଣ ମୁହୂର୍ତ୍ତର ଫଟୋକୁ ପ୍ରଧାନମନ୍ତ୍ରୀଙ୍କ ଫଟୋଗ୍ରାଫର୍ ତାଙ୍କ ଟ୍ୱିଟର ପେଜ୍‌ରେ ପୋଷ୍ଟ କରିଛନ୍ତି।

ଶରଣାର୍ଥୀ ଶିବିରରେ ରହୁଥିବା କୁନି ଜଷ୍ଟିନ୍ ଟ୍ରୁଡ୍ୟୁ ଏକ ସିରିୟା ଦମ୍ପତିଙ୍କ ସନ୍ତାନ। ପ୍ରଧାନମନ୍ତ୍ରୀଙ୍କ ନାମ ଅନୁସାରେ କୁନି ଜଷ୍ଟିନଙ୍କ ନାଁ ଦିଆଯାଇଥିବାରୁ ସେ ତାଙ୍କ ମାଆ ଓ ବାପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁନି ଜଷ୍ଟିନଙ୍କ ଭଲ ନାଁ ହେଉଛି ଜଷ୍ଟିନ୍ ଟ୍ରୁଡ୍ୟୁ ଏଡମ ବିଲାନ। ତାଙ୍କ ବୟସ ମାତ୍ର ଦେଢ ବର୍ଷ।  କୁନି ଜଷ୍ଟିନ୍‌ର ଜନ୍ମ କେଲଗରୀରେ ହୋଇଥିଲା।

କୁନି ଜଷ୍ଟିନ୍‌ଙ୍କ ମାଆ କହିଛନ୍ତି, “ଏବେ ସିରିୟାରେ ଗୃହଯୁଦ୍ଧ ଚାଲିଛି।  ଏହାକୁ ଦୃଷ୍ଟିରେ ରଖି  କିଛି ମାସ ତଳେ ଆମେ କାନାଡ଼ା ପଳାଇ ଆସିଥିଲୁ। କାନାଡାରେ ଏତେ ସଂଖ୍ୟାରେ ସିରିୟା ଶରଣାର୍ଥୀ ରହିଥିବାରୁ ଆମେ ଏନେଇ ଖୁସି ଅନୁଭବ କରୁଛୁ। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ପୁଅର ନାଁ ତାଙ୍କ ନାମ ଅନୁସାରେ ଜଷ୍ଟିନ୍ ଟ୍ରୁଡ୍ୟୁ ରଖିଛୁ।”

Previous ArticleNext Article