ପୁରୀ ହୋଟେଲ ଟେଣ୍ଡର ଅନିୟମିତତା ମାମଲାରେ ରାବ୍ରୀ ଦେବୀଙ୍କ ଘରେ CBI ରେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳେଓ୍ୱ ହୋଟେଲ ଟେଣ୍ଡର ମାମଲାରେ ବିହାର ପୂର୍ବତନ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ବାସଭବନରେ ସିବିଆଇ ରେଡ୍ କରିଛି। ଆଜି ଅପରାହ୍ନରେ ଏହି ଚଢ଼ାଉ ହୋଇଥିଲା। IRCTCର ରାଂଚି ଓ ପୁରୀ ହୋଟେଲ ଟେଣ୍ଡର ଅନିୟମିତତା ମାମଲାରେ ଏହି ରେଡ୍ ହୋଇଛି। ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ଜେରା କରାଯାଇଥିବା ଜଣାପଡ଼ିଛି। ଏହି ମାମଲା ହେଉଛି ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟର। ୨୦୦୪ରୁ ୨୦୦୯ ଯାଏ ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇ ହୋଟେଲ ଟେଣ୍ଡର ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଘଟଣାର ତଦନ୍ତ କରୁଛି। ସିବିଆଇ ଅନୁସାରେ ଟେଣ୍ଡର ବଦଳରେ ଲାଲୁଙ୍କୁ ବହୁ କମ୍ ଦାମରେ ବେନାମୀ ଜମି ମିଳିଥିଲା। ଲାଲୁଙ୍କ ସହିତ ଏଥିରେ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଏହି ମାମଲାକୁ ନେଇ ହିଁ ମହାମେଣ୍ଟରୁ ଓହରି ଯାଇ ନୀତିଶ କୁମାର ପୁଣି ଥରେ ବିଜେପି ସହିତ ମେଣ୍ଟ ସରକାର କରିଛନ୍ତି।

Previous ArticleNext Article

Send this to a friend