ସିବିଏସଇ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ପୁଣି ୩ ଗିରଫ

ନୂଆଦିଲ୍ଲୀ: ସିବିଏସଇ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଜାରି ରହିଛି ଗିରଫଦାରୀ।   ଗତକାଲି ଝାଡ଼ଖଣ୍ଡରୁ ତିନିଜଣ ଗିରଫ ହେବା ପରେ ଆଜି ଆଉ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଏକ ବେସରକରୀ ସ୍କୁଲ ଶିକ୍ଷକ ଥିବାବେଳେ ଜଣେ କୋଚିଂ ସେଣ୍ଟର ମାଲିକ ମଧ୍ୟ ଅଛନ୍ତି।   ଏହି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷାର ପ୍ରଶ୍ନପତ୍ରକୁ ପରୀକ୍ଷାର ଠିକ୍ ପୂର୍ବରୁ ଭାଇରାଲ କରାଯାଇଥିଲା। ୯ଟା ୧୫ ମିନିଟ୍‌ରେ ମୋବାଇଲ ମାଧ୍ୟମରେ ଫଟୋ ଉଠାଇ କୋଚିଂ ସେଣ୍ଟର ମାଲିକଙ୍କୁ ପଠାଇଥିଲେ ଏହି ଦୁଇ ଶିକ୍ଷକ ।  ଏହାପରେ ସେଗୁଡିକୁ ପୁଣି ଥରେ ହାତ ଲେଖା ମାଧ୍ୟମରେ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି ।    ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏସବୁ ଭାଇରାଲ ହୋଇଥିଲା।

 

Previous ArticleNext Article

Send this to a friend