ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ମାମଲା: ୩ ଗିରଫ

ନୂଆଦିଲ୍ଲୀ: ସବିଏସ୍‌ଇ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଜାରି ରହିଛି ଗିରଫଦାରି। ଗତକାଲି ଝାଡ଼ଖଣ୍ଡରୁ ତିନିଜଣ ଗିରଫ ହେବା ପରେ ଆଜି ଆଉ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଏକ ବେସରକରୀ ସ୍କୁଲ ଶିକ୍ଷକ ଓ ଅନ୍ୟ ଜଣେ କୋଚିଂ ସେଣ୍ଟର ମାଲିକ ମଧ୍ୟ ଅଛନ୍ତି। ଏହି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା କ୍ରାଇମବ୍ରାଞ୍ଚ।

ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷାର ପ୍ରଶ୍ନପତ୍ରକୁ ପରୀକ୍ଷାର ଠିକ୍ ପୂର୍ବରୁ ଭାଇରାଲ କରାଯାଇଥିଲା। ୯ଟା ୧୫ ମିନିଟ୍‌ରେ ମୋବାଇଲ ମାଧ୍ୟମରେ ଫଟୋ ଉଠାଇ କୋଚିଂ ସେଣ୍ଟର ମାଲିକଙ୍କୁ ପଠାଇଥିଲେ ଏହି ଦୁଇ ଶିକ୍ଷକ। ଏହାପରେ ସେଗୁଡିକୁ ପୁଣି ଥରେ ହାତ ଲେଖା ମାଧ୍ୟମରେ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଫଟୋ ଉଠାଇ କୋଚିଂ ସେଣ୍ଟର ମାଲିକଙ୍କ ନିକଟକୁ ପଠାଇଥିଲେ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏସବୁ ହୋଇଥିଲା।

Previous ArticleNext Article

Send this to a friend