ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁକାଶ୍ମୀର ରାଜୋରୀ ମାଂଜାକୋଟ ସେରରେ ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କେହି ମୃତାହାତ ହୋଇନଥିବା କୁହାଯାଉଛି। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳି ବର୍ଷା ଜାରି ରହିଛି।

ବିଗତ ଦୁଇ ମାସ ଭିତରେ ପାକିସ୍ତାନ ସେନା ୪୦୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନାର ଗୁଳିରେ ୨୩ଜଣ ପାକିସ୍ତାନୀ ସେନା ପ୍ରାଣ ହରାଇଥିବାବେଳେ, ପାକିସ୍ତାନ ସେନା ଗୁଳିରେ ୧୬ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ରାଜୋରି ସେରରେ ପାକିସ୍ତାନର ଏହା ସବୁଠାରୁ ବଡ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି କୁହାଯାଉଛି।

Previous ArticleNext Article

Send this to a friend