ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଚାରି ଯବାନ ସହିଦ

loc

ଜମ୍ମୁ: ସୀମାରେ ପାକିସ୍ତାନୀ ସେନା ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗତକାଲି ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାରେ ଭାରତୀୟ ସେନା ପୋଷ୍ଟକୁ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ମାଡ଼ ହେବାରୁ ୪ ଯବାନ ସହିଦ ହୋଇଛନ୍ତି। ସହିଦମାନେ ହେଲେ କ୍ୟାପଟେନ୍‌ କପିଲ କୁଣ୍ଡୁ, ରାଇଫଲ୍‌ ମ୍ୟାନ ରାମବତାର, ରାଇଫଲ୍‌ ମ୍ୟାନ ଶୁଭମ୍ ସିଂ ଏବଂ ହାବିଲଦାର ରୋଶନ ଲାଲ। ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି।

ପାକ୍ ସେନା ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଯୁଦ୍ଧ ବିରତି ଉଲ୍ଲଂଘନ କରି ଭାରତୀୟ ସେନା ପୋଷ୍ଟ ଓ ସୀମାନ୍ତ ଗାଁ ଉପରେ ମୋର୍ଟାର ସହ ଗୁଳି ମାଡ଼ କରିଥିଲା। ଏଥିରେ ଜଣେ ବାଳିକା ଓ ଅନ୍ୟ ଜଣେ ଯବାନ ଆହତ ହୋଇଥିଲେ।ଭାରତୀୟ ସେନା ପକ୍ଷରୁ ଆକ୍ରମଣର ଦୃଢ଼ ଜବାବ ଦିଆଯାଇଥିବା କୁହାଯାଇଛି।

ଏହାକୁ ମିଶାଇ ଗତ ମାସକ ଭିତରେ ପାକିସ୍ତାନ ୧୩୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲାଣି।

Previous ArticleNext Article

Send this to a friend