କେନ୍ଦ୍ର ପରିବେଶ ମନ୍ତ୍ରୀ ଅନିଲ ମାଧବଙ୍କ ପରଲୋକ

anil

ନୂଆଦିଲ୍ଲୀ:କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅନିଲ ମାଧବ ଦେବଙ୍କ(୬୦) ଆଜି ପରଲୋକ ଘଟିଛି। ଫୁସ୍‌ଫୁସ୍‌ଜନିତ କ୍ୟାନ୍ସରରେ ପୀଡ଼ିତ ହୋଇ ସେ ଗତ କିଛି ମାସ ପରି ଗୁରୁତର ଅବସ୍ଥାରେ ଥିଲେ।  ଆଜି ତାଙ୍କୁ ହଠାତ୍‌ ଏମ୍‌ସରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର  ମୃତ୍ୟୁ ଘଟିଛି।  ମଧ୍ୟପ୍ରଦେଶର ବାରନଗର ଅଞ୍ଚଳର ଏହି ବିଜେପି ନେତା ଜଣକ ୨୦୦୯ରୁ ରାଜ୍ୟ ସଭା ସଦସ୍ୟ ଥିଲେ।

ଗତ ବର୍ଷ ତାଙ୍କୁ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା। ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ନେତାଜଣଙ୍କର ଅନେକ ଅବଦାନ ରହିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି।

Previous ArticleNext Article