କରେଣ୍ଟରେ ଚାଲିବ କାର୍‌: ମହିନ୍ଦ୍ରା କରୁଛି ମାନସମନ୍ଥନ

Mahindra

ନୂଆଦିଲ୍ଲୀ:କାର ଚଢିବା ଲାଗି  ସୌକ ରଖୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ବଜାରକୁ ଖୁବ୍‌ ଶ୍ରୀଘ୍ର ଆସିବ ବ୍ୟାଟେରୀ କାର। ଯେଉଁଥିରେ ଆଉ ତେଲ ପକାଇବାକୁ ପଡ଼ିବନି। ଇଲେଟ୍ରିକ୍‌ ଚାର୍ଜରେ ଏହି କାର ଚାଲିବ। ଏନେଇ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏଲଟିଡି ଏବଂ ଏହାର କୋରିଆରେ ୟୁନିଟ ଥିବା ସସଙ୍ଗ ୟଙ୍ଗ ମୋଟର କୋ ପ୍ଲାନ ମିଳିତ ଭାବେ ଏଭଳି କାର ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି।

୨୦୨୦ସୁଦ୍ଧା ଏହି ପ୍ରଜୋକ୍ଟ ଆରମ୍ଭ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ଯୋଗୁ ପରିବେଶ ଧୂଆଁମୟ ହୋଇଗଲାଣି। ତେଣୁ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ପାଇଁ ଏଭଳି  କାର ତିଆରି ପାଇଁ ପରିକଳ୍ପନା କରାଯାଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Previous ArticleNext Article