ଯୌନ ଅପରାଧ ପାଇଁ ପୁରୁଷଙ୍କ ଯୌନ କ୍ଷୁଧା ଦାୟୀ କି ? ହାଇକୋର୍ଟ ଉଠାଇଲେ ପ୍ରଶ୍ନ

coupleimage

ଚେନ୍ନାଇ: କାହିଁକି ସମାଜରେ ମହିଳାଙ୍କ ବିରୋଧରେ ଯୌନ ଶୋଷଣ ବଢୁଛି ? କ’ଣ ପାଇଁ ନିରୀହ ନାରୀଟିଏ ଆଜି ବେଶୀ ଅସୁରକ୍ଷିତ? ଦୁଷ୍କର୍ମ, ଅସଦାଚରଣ ଏବଂ ନିର୍ଯାତନା ଭଳି ପାଶବିକ ଅତ୍ୟାଚାର କାହିଁକି  ଦ୍ରୁତଗତିରେ ବଢୁଛି ? କାମନାର ଚିତିଥାର୍ଥ ପାଇଁ  ପୁରୁଷମାନେ କାହିଁକି ଏତେ ଉତ୍ସୃଙ୍ଖଳ ଆଉ ଉତ୍ତେଜିତ ? ଏକବିଂଶ ଶତବ୍ଦୀରେ ପୁରୁଷଙ୍କ ମଧ୍ୟରେ ଏମିତି ମଧ୍ୟଯୁଗୀୟ ମାନସିକତା କାହିଁକି ତାକୁ  ନେଇ ମାଡ୍ରାସ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।   କେବଳ ସେତିକି ନୁହଁ ଏହାର କାରଣ ଖୋଜିବା ପାଇଁ ହାଇକୋର୍ଟ ଉଭୟ ତାମିଲନାଡ଼ୁ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏଥିପାଇଁ କିଛି କାରଣ ଦର୍ଶାଇ ତା’ର ତର୍ଜମା କରିବାକୁ ହାକୋର୍ଟ କହିଛନ୍ତି। ତାହା ହେଲା ଯୌନ ଅପରାଧ ପଛରେ ଲିଙ୍ଗାନୁପାତିକ ଅସମାନୁତା ଦାୟୀ କି ନା ଏଥିପାଇଁ ସାଂସ୍କୃତିକ, ଧାର୍ମିକ ଏବଂ ନୈତିକ ପ୍ରତିବନ୍ଧକ  ଦାୟୀ ? ଯେଉଁଥି ପାଇଁ ପୁରୁଷ ମଧ୍ୟରେ ଯୌନ କ୍ଷୁଧା ବଢି ବଢି ଯାଉଛି।  ଆଉ ଦେହର ଭୋକମେଣ୍ଟାଇବାକୁ ଯାଇ ଯୌନ ଅପରାଧ କରିବାକୁ ବାଧ୍ୟ ହେଉଛି ।

ଏସବୁ ଦିଗ ଉପରେ ତର୍ଜମା କରି ରିପୋର୍ଟ ଦେବାକୁ ହାଇକୋର୍ଟ ରିପୋର୍ଟ ଦେବାକୁ ସରକାରଙ୍କୁ କହିଛନ୍ତି। ଲିଙ୍ଗ ଅନୁପାତ ହ୍ରାସ ପାଇବା ଓ ଯୌନ ନିର୍ଯାତନା ବଢ଼ିବାରେ କିଛି ସଂପର୍କ ଅଛି କି  ଏହାର ଅନୁଧ୍ୟାନ କରିବାକୁ ହାଇକୋର୍ଟ କହିଛନ୍ତି। ଏହା ସହିତ ବିଭିନ୍ନ ଧାର୍ମିକ ପ୍ରଥା ପରମ୍ପରା, ସଂସ୍କୃତି ଓ ନୈତିକତା ଆଧାରରେ ସହବାସ ଉପରେ କଟକଣା ଯୌନ ନିର୍ଯାତନା ବୃଦ୍ଧିର କାରଣ କି, ତାହା ମଧ୍ୟ ଅନୁଧ୍ୟାନ କରିବାକୁ ମାଡ୍ରାସ ହାଇକୋର୍ଟ କହିଛନ୍ତି । ମହିଳା ଏବଂ ଯୁବତୀଙ୍କ ମଧ୍ୟରେ ବଢୁଥିବା ଯୌନ ଶୋଷଣକୁ ଲକ୍ଷ୍ୟ କରି ହାଇକୋର୍ଟ କହିଛନ୍ତି ଯେ,  ପ୍ରତିବର୍ଷ ଏହି ଅପରାଧ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଲଜ୍ଜାଜନ୍ନକ । ଏହାକୁ ତୁରନ୍ତ ରୋକିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।  ଏ ସମ୍ପର୍କରେ ଜଷ୍ଟିସ କିରୁବାରନ୍‌ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରି ତାର ଜବାବ ଚାହିଁଛନ୍ତି। ସେହିପରି କୋର୍ଟ ଜାତୀୟ ମହିଳା କମିଶନକୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଏନେଇ ୨୦୧୮ ଜାନୁଆରୀ ୧୦ ତାରିଖରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାନସିକ ରୋଗରେ ପୀଡ଼ିତ ଜଣେ ୬୦ ବର୍ଷୀୟ ମହିଳାଙ୍କ ବଳାତ୍କାରୀ ଅଭିଯୁଙ୍କ ଜାମିନ ଆବେଦନ ଖାରଜ କରିବା ସହ ବିଚାପତି କିରୁବାରନ୍‌ କିଛି ଗରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ, ଯୌନ ଅପରାଧ ଭିଆଇବା ଅର୍ଥାତ ମହିଳାଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ସହ ସମାନ। ଏହା ଜଣେ ନାରୀର ଜୀବନରେ ସବୁଦିନ ପାଇଁ ଏକ ଦାଗ ହୋଇ ରହିଯାଏ ବୋଲି  କୋର୍ଟ କହିଛନ୍ତି।  ସମସ୍ତଙ୍କ ଶରୀରେ ଉପରେ ନିଜ ନିଜର ଅଧିକାର ରହିଛି। ଏହି ଅଧିକାରକୁ କେହି ବି ହନନ କରିବା ଅନୁଚିତ୍। ଆଉ ଯେଉଁମାନେ ଏଭଳି ଧର୍ତ୍ତବ୍ୟ କାଣ୍ଡ ଭିଆଉଛନ୍ତି ସେମାନେ ମଣିଷ ନୁହଁ ପଶୁ ସହ ତୁଳନୀୟ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ୨୦୧୨ରେ ନିର୍ଭୟାକାଣ୍ଡ ପରେ ଯୌନ ଅପରାଧକୁ ଦମନ ପାଇଁ କଡ଼ା ଆଇନ ଆସିଥିଲା। ତଥାପି ସରକାର ଏହି ଏହି ଆଇନକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇ ନାହାନ୍ତି ।  ଜାତୀୟ ମହିଳା କମିଶନଙ୍କୁ ନୋଟିସ ଜାରି କରି କୋର୍ଟ କହିଛନ୍ତି ଯେ, ମଦ୍ୟପାନ ଯୋଗୁଁ ଯୌନ ଅପରାଧ ବଢୁଛି କି ନା ଭ୍ରୁଣ ହତ୍ୟା ଯୋଗୁଁ ସମାଜରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହି ଅପରାଧ ବୃଦ୍ଧି ହେବାର କାରଣ ପାଲଟିଛି। ଏନେଇ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend