ଚେଙ୍ଗଡୁ ‘ଜେ-୨୦ ଷ୍ଟେଲ୍‌ଥ’ ଯୁଦ୍ଧ ବିମାନ ପ୍ରଦର୍ଶନ କଲା ଚୀନ

china

ଚୀନ୍: ‘ଏୟାରଶୋ ଚାଇନା’ର ଆରମ୍ଭ ନିଜ ସେନାର ଶକ୍ତି ପ୍ରଦର୍ଶନରୁ ଆରମ୍ଭ କରିଛି ଚୀନ। ଏଥିରେ ବିମାନ ନିର୍ମାଣକାରୀ କଂପାନୀଙ୍କ ସମେତ କ୍ରେତାମାନେ ଯୋଗ ଦେଇଥିବା ବେଳେ ଚୀନ ତା’ର ଲଢ଼ୁଆ ବିମାନ ଚେଙ୍ଗଡୁ ‘ଜେ-୨୦ ଷ୍ଟେଲ୍‌ଥ’କୁ ପ୍ରଦର୍ଶୀତ କରିଛି। ପ୍ରଥମ ଥର ପାଇଁ ଚୀନ ଏହି ବିମାନକୁ ସାର୍ବଜନୀନ କରିଛି।

ଶୁହାଈ ସହରରେ ଆୟୋଜିତ ‘ଏୟାରଶୋ ଚାଇନା’ ଜରିଆରେ ଚୀନ୍‌ ବେସାମାରିକ ଉଡ଼ାଣ କ୍ଷେତ୍ରରେ ମଧ୍ୟ ନିଜର ମହତ୍ତ୍ୱକାଂକ୍ଷାକୁ ସାରା ଦୁନିଆ ଆଗରେ ରଖିବାକୁ ଚାହୁଁଛି।

ଆସନ୍ତା ଏକ ଦଶକ ମଧ୍ୟରେ ଚୀନ୍ ଉଡ଼ାଣ କ୍ଷେତ୍ରରେ ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ଼ ବଜାରର ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Previous ArticleNext Article

Send this to a friend