ପୁଣି ଫେଲ୍‌ ମାରିଲା ଚୀନର ଚାଲ୍‌: ଭାରତ କହିଲା ଆମେ ସେନା ହଟେଇନୁ

Untitled.png-1

ନୂଆଦିଲ୍ଲୀ: ସିକିମ ସୀମାକୁ ନେଇ ଉପୁଜିଥିବା ବିବାଦ ଥମୁ  ନଥିବା ବେଳେ  ଚୀନ ଗୋଟିଏ ପରେ ଗୋଟିଏ ଚାଲ ରଚି ଚାଲିଛି । ଭାରତକୁ ଦବେଇବା ପାଇଁ ଯାବତୀୟ ଅପଚେଷ୍ଟା କରୁଥିଲେ ବି ବିଫଳ ହୋଇଛି ଚୀନ। ସିକିମର ଡୋକଲାମ ସେକ୍ଟରରୁ ଭାରତ ସେନା ପ୍ରତ୍ୟାହାର କରିନେଇ ଥିବା ଚୀନ କହୁଥିବା ବେଳେ ଏହାକୁ ଭାରତ ଖଣ୍ଡନ କରିଛି।

ଡୋକଲାମରୁ ଆଦୌ ସେନା ପ୍ରତ୍ୟାହାର କରାଯାଇ ନାହିଁ ବୋଲି ଭାରତ କହିଛି। ବୁଧବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୧୫ ପୃଷ୍ଠା ସମ୍ବଳିତ ଷ୍ଟେଟମେଣ୍ଟରେ ମାନଚିତ୍ର ସହ କିଛି ତଥ୍ୟ ଜାରି କରାଯାଇଥିଲା। କୁହାଯାଇଥିଲା ସିକିମ-ଭୁଟାନ-ତିବ୍ବତ୍ତର ତ୍ରିକୋଣୀୟ ଜଂସନରୁ ଭାରତ ସେନା ପ୍ରତ୍ୟାହାର କରିନେଇଛି। ଡୋକଲାମ ସେକ୍ଟରରୁ ଭାରତ ୪୦୦ରୁ ୪୦ ସେନାଙ୍କୁ  ପ୍ରତ୍ୟାହାର କରିନେଇଛି।  ଦୀର୍ଘ ୪୫ ଦିନ ପରେ ଭାରତ ନରମ ମନୋଭାବ ପୋଷଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ନିକଟରେ ଭାରତର ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ କୂଟନୈତିଜ୍ଞ ୟାଙ୍ଗ ଜେଇଚିଙ୍କ ସହ ଆଲୋଚନା ହେବା ପରେ ଚୀନ ପକ୍ଷରୁ ଏଭଳି ପ୍ରତିକ୍ରିୟା ରଖାଯାଇଛି। ଅପରପକ୍ଷରେ ଏହା ଉପରେ ଜବାବ ରଖିଛି ଭାରତ। କହିଛି ସୀମା ସୁରକ୍ଷାକୁ ନେଇ ୨୦୧୨ରେ ଭୁଟାନ ସହ ହୋଇଥିବା ଚୁକ୍ତିନାମାକୁ ଚୀନ ଅସମ୍ମାନ କରିଛି।  ସେହିପରି ଚୀନ ତା’ର ସ୍ଥିତାବସ୍ଥାକୁ ଭଙ୍ଗ କରି ସୀମାରେ ରାସ୍ତା ନିର୍ମାଣ ପାଇଁ ଜବରଦସ୍ତ ଉଦ୍ୟମ କରୁଛି। ଯାହାକୁ ବିରୋଧ କରାଯିବା ସହ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରିଛି ଭାରତୀୟ ସେନା। ଏବେବି ୩୦୦ରୁ ୩୫୦ ସୈନ୍ୟ ଡୋକଲାମରେ ମୁତୟନ ହୋଇଛନ୍ତି। ସମୁଦ୍ରପତ୍ତନରୁ ୧୧୦୦ ଫୁଟ୍‌ ଉପରେ ଭାରତୀୟ ସୈନ୍ୟମାନେ ପହରା ଦେଉଛନ୍ତି। ସାଙ୍ଗରେ ବୋଲଡୋଜର୍‌ ମଧ୍ୟ ଅଛି। ଏଥିସହ ସିକିମର ଉତ୍ତର-ପୂର୍ବ ସୀମାରେ ୬୦୦୦ ସୈନ୍ୟ ମୁତୟନ କରାଯାଇଛି। ସେହିପରି ଅଧିକ୨୫୦୦ ସୈନ୍ୟ ଘଟଣାସ୍ଥଳକୁ ପଠାଯାଇଛି ବୋଲି ଭାରତ କହିଛି। ତେଣୁ ସେନା ପ୍ରତ୍ୟାହାର ଲକ୍ଷ୍ୟରେ ଭାରତ ନାହିଁ ବୋଲି ସ୍ପଷ୍ଟ କରିଛି।

Previous ArticleNext Article

Send this to a friend