ଚୀନ୍‌ ମିଡିଆର ପ୍ରଚାର: ସମାଧାନ ଚାହୁଁନି ଭାରତ, ଯୁଦ୍ଧ ହୋଇପାରେ

china

ନୂଆଦିଲ୍ଲୀ: ସିକିମ ସେକ୍ଟରର ଡୋକଲାମ ଅଞ୍ଚଳରେ ୭ ସପ୍ତାହରୁ ଅଧିକ ଦିନ ଧରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ସୀମା ଭିତରକୁ ପୂରାଇ ନ ଦେବା ପାଇଁ ସୈନ୍ୟମାନେ ମାନବଶୃଙ୍ଖଳ କରି ସୀମାକୁ ଜଗୁଛନ୍ତି। କିନ୍ତୁ ପ୍ରତି ମୁହୂର୍ତ୍ତରେ ଯୁଦ୍ଧ ପରିସ୍ଥିତି ଉପୁଜୁଛି। ଏହା ଭିତରେ ଅନେକ ଥର ଚୀନ୍ ଯୁଦ୍ଧ ଧମକ ମଧ୍ୟ ଦେଇ ସାରିଲାଣି। ଚୀନ୍‌ର ସରକାରୀ ଖବରକାଗଜ ଚାଇନା ଡେଲିରେ ପ୍ରକାଶିତ ଖବର ପୁଣି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଭାରତ ଯଥାସମ୍ଭବ ଡୋକଲାମ ଅଞ୍ଚଳରୁ ନିଜ ସୈନିକଙ୍କୁ ପ୍ରତ୍ୟାହାର କରୁ ନଚେତ୍ ପରିଣାମ ଭୟାବହ ହେବ ବୋଲି ଖବରକାଗଜରେ ପ୍ରକାଶ ପାଇଛି।

ଚାଇନା ଡେଲିର ସଂପାଦକୀୟରେ କୁହାଯାଇଛି ଯେ, ଦୀର୍ଘଦିନ ଧରି ଭାରତ ଓ ଚୀନ୍ ମଧ୍ୟରେ ଡୋକଲାମ ଅଞ୍ଚଳକୁ ନେଇ ବିବାଦ ଦେଖାଦେଇଛି। ମାତ୍ର ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଚାହୁଁନାହିଁ। ତେଣୁ କୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ। ଏପରିକି ଯଦି ଭାରତ ତାର ସୈନ୍ୟଙ୍କୁ ଡୋକଲାମ ଅଞ୍ଚଳରୁ ପ୍ରତ୍ୟାହାର ନ କରେ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଚୀନ୍ ସିଧାସଳଖ ଧମକ ଦେଇଛି।

Previous ArticleNext Article

Send this to a friend